ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି

0 91

ଖପ୍ରାଖୋଲ,୨୬/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ସୁରେନ୍ଦ୍ର ବନଗୁଲା ସ୍ତ୍ରୀ ଲକ୍ଷ୍ମୀ ଓ ତାଙ୍କର ଚାରୋଟି ପୁଅ-ଝିଅଙ୍କୁ ନେଇ ମହୁରୁଣ୍ଡି ଗ୍ରାମରେ ବସବାସ କରନ୍ତି । ସୂଚନାନୁଯାୟୀ, ସୁରେନ୍ଦ୍ରଙ୍କ ମାଟି ଘରଟି ଭାଙ୍ଗି ଯାଇଥିବାନେଇ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜିକୁ ପ୍ରାୟ ୮ ମାସ ହେବ ତାଙ୍କୁ କୌଣସି ସହାୟତା ମିଳିନାହିଁ । ସୁରେନ୍ଦ୍ରଙ୍କ ରାସନକାର୍ଡରେ ତାଙ୍କ ପିଲାମାନଙ୍କ ନାମ ଚଢା ଯିବାକୁ ଦରଖାସ୍ତ ଦେଇଥିଲେ ମଧ୍ୟ ୨ ବର୍ଷ ହୋଇଗଲାଣି ସେମାନଙ୍କ ନାମ ରାସନକାର୍ଡରେ ଚଢାଯାଇନାହିଁ । ଫଳରେ ସେମାନେ ୬ପ୍ରାଣୀ କୁଟୁମ୍ବକୁ ଚାଉଳ ମଧ୍ୟ କମ୍‌ ମିଳୁଛି । ତେଣୁ ବ୍ଲକ ପ୍ରଶାସନ ତରଫରୁ ଘର ଖଣ୍ଡିଏ ଓ ରାସନ କାର୍ଡରେ ତାଙ୍କ ପୁଅ-ଝିଅଙ୍କ ନାମ ଚଢାଇବାକୁ ସାଧାରଣରେ ଦାବି ହେଉଛି । ।

hiranchal ad1
Leave A Reply

Your email address will not be published.

seventeen + 5 =