ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ବୀମା ଓ ଅନ୍ୟାନ୍ୟ ଦାବିରେ ରେଳରୋକ

0 345

ବଲାଙ୍ଗୀର,୨୬/୯- କୃଷିବୀମା ଓ ଅନ୍ୟାନ୍ୟ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ଆଜି ରେଳରୋକ କରାଯାଇଛି । ବଲାଙ୍ଗୀର, ଟିଟିଲାଗଡ ଓ ଲାଠୋର ଷ୍ଟେସନ ଠାରେ ସକାଳ ୮ଟାରୁ ଶହଶହ ଚାଷୀ ରେଳ ଅଟକାଇ ପ୍ରତିବାଦ କରିଛନ୍ତି । ଫଳରେ ରେଳ ଚଳାଚଳରେ ବ୍ୟାଘାତ ହୋଇଛି । ଉପରୋକ୍ତ ଷ୍ଟେସନ ଗୁଡିକରେ ପୋଲିସ ଓ ରେଲୱେ ପୋଲିସ ମୁତୟନ କରାଯାଇଛି । ଗତକାଲି ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀ ନେତାମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଚେଷ୍ଟା କରାଯାଇଥିଲା । ଏ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଖରିଫ୍‌ ଚାଷ ଶେଷ ପର୍ଯ୍ୟାୟରେ କିନ୍ତୁ ୯୦ଟି ପଞ୍ଚାୟତର ହଜାର ହଜାର ଚାଷୀଙ୍କୁ ବୀମା କ୍ଷତିପୂରଣ ଦିଆଯାଇନାହିଁ । ଭୟାବହ ମରୁଡି ସତ୍ତେ୍ୱ ସରକାର ମରୁଡି ଘୋଷଣା କଲେ ନାହିଁ କି ସହାୟତା ପେକେଜ୍‌ ଦେଲେ ନାହିଁ । ଆଟ ଓ ମାଳ କିସମ ଜମି ଧାନ ପଞ୍ଜିକରଣରୁ ବାଦ ଦିଆଗଲା । ରେକର୍ଡରେ ଆଟ ମାଳ କିସମ ଥିଲେ ସୁଦ୍ଧା ହଜାର ହଜାର ଜମିରେ ଧାନଚାଷ ହୋଇଛି । ସେହିପରି ଯଥେଷ୍ଟ ଅଧିକ ଅମଳ ହେଉଥିଲେ ମଧ୍ୟ ମାତ୍ର ୧୪ କୁଇଣ୍ଟାଲ କିଣିବେ ସରକାର । ସାର କିଣିବାରେ ଚାଷୀଙ୍କ ସ୍ୱାଧୀନତା ନାହିଁ । ଭିଟାମିନ ମିନେରାଲ କିଣିବାକୁ ବାଧ୍ୟ କରାଯାଉଛି । ଏ ସମସ୍ତ ସମସ୍ୟା ପାଇଁ ୪ମାସ ଧରି ସଂଘ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆନ୍ଦୋଳନ କରିଥିଲା । କିନ୍ତୁ ଯେଷାକୁ ତେଷା ନୀତିରେ ଗୋଟେ ସରକାର ମନ୍‌ କି ବାତ କରୁଛନ୍ତି । ଅନ୍ୟ ସରକାର ଚେଇଁ ଶୋଇଛନ୍ତି । ଏଣୁ ଚାଷୀ ଆଜି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ସଂଘ ସଭାପତି ଜତି ପଧାନ, ମଧୁସୂଦନ କ୍ଷେତି ଓ ଅନ୍ୟମାନେ କହିଛନ୍ତି । ରାଜ୍ୟର ଗୋଟେ ଅଞ୍ଚଳରେ ଯେବେ ବନ୍ୟା ହେଉଛି ତୁରନ୍ତ ରିଲିଫ୍‌ ଘୋଷଣା କରାଯାଉଛି । ଅଥଚ ଆଉ ଏକ ଅଞ୍ଚଳରେ ମରୁଡି ହେଲେ ବି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କିଛିନାହିଁ । ଚାଷୀ ମଧ୍ୟ ସରକାରଙ୍କ ଆଞ୍ଚଳିକ ବୈଷମ୍ୟର ଶିକାର ହେଉଛି ବୋଲି ଆରୋପ ଆଣିଛନ୍ତି । ସମସ୍ୟାଗୁଡିକର ଉଚିତ୍‌ ସମୟୋପଯୋଗୀ ସମାଧାନ ନହେଲେ ଆଗକୁ ଆହୁରି ତୀବ୍ରତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କୃଷକ ମହାସଂଘ ।

hiranchal ad1
Leave A Reply

Your email address will not be published.

nine − 8 =