ପୁରୀ : ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର କ୍ଷୁଦ୍ର କୋଣାର୍କ ମନ୍ଦିର । ଏହି ବାଲୁକା କଳାଟିକୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଓଡିଶାର ଐତିହ୍ୟ ଭାସ୍କର୍ଯ୍ୟ ଏବଂ କଳା ନେଇ ପୁର୍ଣ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ତାଙ୍କ ବାଲୁକା କଳା ମାଧ୍ୟମରେ । କୋଣାର୍କ ମନ୍ଦିର ଓଡ଼ିଆ ମାନଙ୍କର ପରିଚୟ ସୃଷ୍ଟି କରେ ବିଶ୍ୱ ଦରବାରରେ । ସେ ବାଲିରେ କ୍ଷୁଦ୍ର କୋଣାର୍କ ମନ୍ଦିରର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ଏବଂ ସମସ୍ତ ବିଶ୍ୱବାସୀଙ୍କୁ ଓଡିଶାକୁ ଆସି ଓଡିଶାର କଳା ନୈପୁଣ୍ୟକୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଶ୍ୱ ପର୍ଯ୍ୟଟନ ଦିବସରେ । ଏହି ବାଲୁକା କଳାଟି ୩ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୩ କୁଇଣ୍ଟାଲ ବାଲି ଉପଯୋଗ କରାଯାଇଛି । ଏବଂ ଏଥିରେ “welcome to Odisha” ଏବଂ” world Tourism day”ର ବାର୍ତ୍ତା ଦେଇଛନ୍ତି ।