ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ବୁଲଡ଼ପଙ୍କା ଗ୍ରାମରେ ଦେଖାଦେଇଛି ବିକାଶର ନଗ୍ନ ମାନଚିତ୍ର । ସରକାର ମାଆକୁ ସମ୍ମାନ, ଗାଁକୁ କାମ ନାରା ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ବି ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ କାନ୍ଧରେ ବୁହା ହେଉଛନ୍ତି ମହିଳା । ବୁଲଡ଼ପଙ୍କା ଗ୍ରାମର ଜୟନ୍ତୀ ମଳିକଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ ଦେବ ମଳିକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଖଜୁରୀପଦା ଗାଁରେ ୧୦୨ ଆମ୍ବୁଲାନ୍ସ ଅଟକି ଯାଇଥିଲା । ତେବେ ଗାଁ ଲୋକ ଏବଂ ପରିବାର ଲୋକଙ୍କ ସହାୟତାରେ ଏକ ଭାର କରି ଜୟନ୍ତୀକୁ କାନ୍ଧରେ ବସାଇ ଲୋକେ ପାଖାପାଖି ୨ କିଲୋମିଟର ରାସ୍ତା ୧୦୨ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ବର୍ତ୍ତମାନ ଜୟନ୍ତୀ ମଳିକ ଏବେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।