ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା

0 69

ପୁରୀ : ସହିଦ ଭଗତ ସିଂଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଚଣ୍ଡିଗଡ ଏୟାରପୋର୍ଟ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମିରେ ୨୦ଫୁଟ ଓସାର ବିଶିଷ୍ଟ ସହିଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳାଟି ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୧୦ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ”A Tribute to Saheed Bhagat Singh “ର ବାର୍ତ୍ତା ଦେଇଛନ୍ତି । ତତସହିତ ସହିଦ ଭଗତ ସିଂ ନିଜ ଜୀବନକୁ ପାଣି ଛଡାଇ ଦେଶ ମାତୃକା ପାଇଁ ଲଢ଼ିଥିଲେ । ସେହିପରି ଆମ ଦେଶର ଯବାନମାନେ ନିଜ ଜୀବନକୁ ପାଣି ଛଡାଇ ଆମର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଉଛନ୍ତି, ସେହି ବୀର ପୁରୁଷମାନଙ୍କୁ ଶତଶତ ନମନ କରି ବାଲୁକା କଳା ମାଧ୍ୟ୍ୟମରେ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି । ସେ ଏହି ଆର୍ଟକୁ ଇଣ୍ଡିଆନ ଆର୍ମିମାନଙ୍କୁ ସମର୍ପଣ କରିଛନ୍ତି ଏବଂ ଏଥିରେ”Salute to the Soldiers of Indian Army”ର ବାର୍ତ୍ତା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 2 =