ଏସଟି ଏସସି ସ୍ୱତନ୍ତ୍ର ବିକାଶ ପରିଷଦରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

0 124

ଭୁବନେଶ୍ୱର : ବିଜେଡିର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ ହୋଇଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଦିବାସୀବହୁଳ ୯ଟି ଜିଲ୍ଲା ପାଇଁ ଏସଡିସି ଗଠନ ହୋଇଥିଲା ଓ ଏବେ କେବଳ ସୁନ୍ଦରଗଡରେ ଏସଡିସି ଅଧ୍ୟକ୍ଷ ଭାବେ ବିଜେଡି ନେତା ବିନୟ ଟପ୍ପେ କାର୍ଯ୍ୟ କରୁଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ଡଃ ଦେବାଶୀଷ ମାରାଣ୍ଡି ଏସଡିସି ଅଧ୍ୟକ୍ଷ ଓ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିବାବେଳେ କେନ୍ଦୁଝର ଜିଲ୍ଲା ଏସଡିସିର ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକ, ଉପାଧ୍ୟକ୍ଷ- ନାରାୟଣ ପୂର୍ତ୍ତି, ମାଲକାନଗିରି ଏସଡିସି ଅଧ୍ୟକ୍ଷ- ଆଦମା ରବା ଓ ଉପାଧ୍ୟକ୍ଷ-ରାଇଲା ନାଏକ, କୋରାପୁଟ ଏସଡିସି ଅଧ୍ୟକ୍ଷ-ଚନ୍ଦ୍ରଶେଖର ମାଝୀ ଓ ଉପାଧ୍ୟକ୍ଷ- ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁର ଏସଡିସି ଅଧ୍ୟକ୍ଷ- ଉପେନ୍ଦ୍ର ଗଣ୍ଡ ଓ ଉପାଧ୍ୟକ୍ଷ-ଭାନୁମତୀ ପୂଜାରୀ, ରାୟଗଡା ଏସଡିସି ଅଧ୍ୟକ୍ଷ- ଅନୂସୟା ମାଝୀ ଓ ଉପାଧ୍ୟକ୍ଷ-ବନମାଳୀ କଡ୍ରାକା, ଗଜପତି ଜିଲ୍ଲା ଏସଡିସି ଅଧ୍ୟକ୍ଷ- ମାରିୟମ ରାଇତୋ ଓ ଉପାଧ୍ୟକ୍ଷ- ଧନେଶ୍ୱର ଭୂୟାଁ, କନ୍ଧମାଳ ଜିଲ୍ଲା ଏସଡିସି ଅଧ୍ୟକ୍ଷ- ରୋଦାନ ମଲ୍ଲିକ ଓ ଉପାଧ୍ୟକ୍ଷ-ନଳିନୀ କହଁର ଏବଂ ସୁନ୍ଦରଗଡ ଜିଲ୍ଲାର ଏସଡିସି ଉପାଧ୍ୟକ୍ଷ ଭାବେ ସୁଶୀଳା ଟପ୍‌ନୋଙ୍କୁ ନିଯୁକ୍ତି ମିଳିଛି । ସୁନ୍ଦରଗଡ ଜିଲ୍ଲା ଏସଡିସି ଅଧ୍ୟକ୍ଷ ଭାବେ ବିନୟ ଟପ୍ପେ ୨୦୨୧ ନଭେମ୍ବର ୬ରୁ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡା ଓ ଅନ୍ୟାନ୍ୟ ବିକାଶ ପାଇଁ ବିଜେଡି ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × one =