ଜହ୍ନାପଙ୍କ ହାଇସ୍କୁଲ ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

0 742

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗାଁ ପଂଚାୟତ ଅନ୍ତର୍ଗତ ଗିରାଶିଙ୍ଗା ଜଗନ୍ନାଥ ବନପ୍ରକଳ୍ପରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି । ଗିରିଧାରୀ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରଶାନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଆଲୋଚନାରେ ପ୍ରତିବର୍ଷ କିପରି ଏହି ବନ୍ଧୁମିଳନ ବଜାୟ ରଖିବାକୁ ଛାତ୍ର ମାନେ ମତବ୍ୟକ୍ତ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ କିପରି ଯୋଗଦେଇ ପାରିବେ, ସେଥିପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା । ଶେଷରେ ପ୍ରଭୁଦତ୍ତ ପୁରୋହିତ ଧନ୍ୟବାଦ ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭୀଷଣ ପ୍ରଧାନ, ଦେବାଶିଷ ମିଶ୍ର, କଷ୍ଟ ପ୍ରଧାନ,ଜଗବନ୍ଧୁ ପ୍ରଧାନ, ସନ୍ତୋଷ ମେହେର, ପ୍ରସାନ୍ତ ସାହୁ, ଜିତେନ୍ଦ୍ର ମେହେର, ସୁଜିତ ପ୍ରଧାନ, ସୁମନ୍ତ ମେହେର, ସୁଶାନ୍ତ ମେହେର, ସୌମିତ୍ରୀ ବାଘ, ତ୍ରିଲୋଚନ ମେହେର, ସୁଶୀଳ ମେହେର, ଦେବବ୍ରତ ପ୍ରଧାନ, ନିଲମ୍ବୁଜ ପୁରୋହିତ, ଅଧିକାରୀ ପଲିଆ,ପ୍ରସାନ୍ତ ପ୍ରଧାନ, ଅଜିତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × 1 =