ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି

0 71

ପୁରୀ : ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍‌ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି କରିଛି ନିମାପଡା ବିଜେପି । ଏହାର ପ୍ରତିବାଦରେ ନିମାପଡା ବିଜେପି ପକ୍ଷରୁ ନିମାପଡାର ଜୟଶ୍ରୀ ଛକରେ ବିକ୍ଷୋଭ ଓ ପ୍ରତିବାଦ କରଯାଇଛି । ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କରଯାଇଛି । ବିଜେପି କର୍ମୀମାନେ ନିମାପଡା ପିପିଲି, ନିମାପଡା ବାଲିପାଟଣା ରାସ୍ତା ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ବିଜେପି କର୍ମୀଙ୍କୁ ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା । ମୃତ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ଜଣେ ବନ୍ଧୁ ଅକ୍ଷୟ ନାୟକଙ୍କ ସହ ଫୋନ୍‌ ରେ କଥା ହେବା ବେଳେ ଆଗକୁ ଯଦି ତାଙ୍କର ମୃତ୍ୟୁ ହୁଏ ମନ୍ତ୍ରୀ ସମୀର ଦାଶ ଓ ମନ୍ତ୍ରୀଙ୍କ କିଛି ଅନୁଗତ ଲୋକ ଦାୟୀ ରହିବେ ବୋଲି ଫୋନ୍‌ରେ କହିଥିଲେ । ଏହି ଅଡିଓ କ୍ଲିପ୍‌ ଭାଇରାଲ୍‌ ପରେ ନିମାପଡା ବିଜେପି ପକ୍ଷରୁ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ସହ ତାଙ୍କୁ ପୁଲିସ ତଦନ୍ତ ପରିସର ଭୁକ୍ତ କରିବାକୁ ବିଜେପି ଦାବି କରିଛି ।

hiranchal ad1
Leave A Reply

Your email address will not be published.

five × 1 =