ଏନଏସି ଭଡ଼ା ଦୋକାନ ଗୃହ ଗୁଡ଼ିକୁ ଅଚାନକ ଚଢ଼ାଉ ଓ ବକେୟା ଅର୍ଥ ଆଦାୟ

0 67

ଘୁ.ଉଦୟଗିରି : ଆଜି ସ୍ଥାନୀୟ ସହରର ଭଞ୍ଜ ମାର୍କେଟ ଓ ନେହରୁ ମାର୍କେଟରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ଭଡ଼ା ଦୋକାନ ଗୃହ ଗୁଡ଼ିକ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଆଜି ସମୁଦାୟ ପରିଷଦର ୯୦ ଗୋଟି ଭଡ଼ା ଦୋକାନ ଗୃହ ମଧ୍ୟରୁ ୩୬ ଗୋଟି ଦୋକାନ ଗୃହ ଚଢ଼ାଉ କରି ଦୋକାନୀ ଭାଇମାନଙ୍କୁ ସାକ୍ଷାତ କରିବା ସହ ପୂର୍ବ ବକେୟା ଅର୍ଥ ଆଦାୟ କରାଯାଇଥିଲା । ଯେଉଁମାନେ ପରିଷଦଠାରୁ ଦୋକାନ ଗୃହ ଭଡ଼ାରେ ନେଇ ଅନ୍ୟ କାହାକୁ ଭଡ଼ା ଦେଇ ଅର୍ଥ ଆଦାୟ କରୁଛନ୍ତି ସେମାନଙ୍କ ଠାରୁ ଦୋକାନ ଗୃହ ପରିଷଦ ନିଜ ଅଧିନକୁ ନେବା ସହ ସେହି ଦୋକାନରେ ବର୍ତ୍ତମାନ ଯିଏ ଭଡ଼ା ଦେଇ ଦୋକାନ କରି ଜୀବିକା ନିର୍ବାହ କରୁଛି ତା ନାଁ ରେ ପଞ୍ଜିକରଣ କରାଯିବାକୁ ସ୍ଥିର ହେବା ସହ ଯେଉଁମାନେ ବକେୟା ପାଉଣା ଦେଇନାହାନ୍ତି କିଛି ଦିନ ମଧ୍ୟରେ କାର୍ଯ୍ୟାଳୟରେ ପୈଠ କରିବାକୁ ପରିଷଦ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଏହି ଚଢ଼ାଉ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଯାକେଶ କୁମାର ପ୍ରଧାନ, ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ଏମଆଇଏସ ମୁକେଶ ରଞ୍ଜନ ନାୟକ, ପରିଷଦ ଦୋକାନ ଭଡ଼ା ଗୃହ ଦାୟିତ୍ୱରେ ଥିବା କନିଷ୍ଠ ସହାୟକ ପ୍ରଦୀପ କୁମାର ଶତପଥୀ, କନିଷ୍ଠ ସହାୟକ ସୁନ୍ଦରା ସୋରେନ, ପରିମଳ ଦକ୍ଷ ଅଭିନାଶ ପ୍ରସାଦ ପ୍ରଧାନ, ଟ୍ୟାକ୍ସ କଲେକ୍ଟର ଗଣେଶ ଜେନା ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ବିବେକାନନ୍ଦ ସାମଲ, ଅମରନାଥ ନାୟକ, ଚୈତନ୍ୟ ମୁଖୀ ଉପସ୍ଥିତ ରହି ସହଯୋଗ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 × 5 =