ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା, ଭିଡିଓ ଭାଇରାଲ

0 366

ଦଶପଲ୍ଲା : ନୟାଗଡ଼ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆହତ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ଘରୁ ଅଫିସକୁ ଆସୁଥିବାବେଳେ ନୟାଗଡ଼ ମିଶ୍ର କଲୋନୀ ରାସ୍ତାରେ ଅଟକାଇ ମାଡ଼ ମାରିଛନ୍ତି ମହିଳାମାନେ । ଅଧିକାରୀଙ୍କୁ ଚୁଡ଼ି , ଶଙ୍ଖା ଓ ସିନ୍ଦୁର ପିନ୍ଧାଇ ଝାଡ଼ୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା । ଲାଞ୍ଚ ନ ଦେବାରୁ ଦୀର୍ଘଦିନ ଧରି ଜମିହରା ଲୋକଙ୍କୁ କ୍ଷତିପୂରଣ ଦେଉନଥିବା ଅଭିଯୋଗ କରି ମହିଳାମାନେ ମାଡ଼ ମାରିଥିବା ଜଣାପଡିଛି । ମାଡ଼ରେ ଆହତ ହୋଇ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

hiring

ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ନୂଆଗାଁରୁ ଦଶପଲ୍ଲା ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଅଧଗ୍ରହଣ କରିଛି ରେଳ ବିଭାଗ । ତେବେ ଲୋକମାନେ ହରାଇଥିବା ନିଜ ଜମିର ମୂଲ୍ୟ ପାଇବାରେ ବ୍ୟାପକ ବିଳମ୍ବ ହେଉଛି । ବାରମ୍ବାର ଅଧିଗୃହିତ ଜମିର କ୍ଷତିପୂରଣ ଟଙ୍କାପାଇଁ ଲୋକମାନେ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଏଭଳି ପଦକ୍ଷେପ ନେଇଥିବା ମହିଳା ନେତ୍ରୀ କମଳିନୀ ପାଟସାହାଣୀ କହିଛନ୍ତି । ଭୂ-ଅର୍ଜନ ଅଧିକାରୀ ସଂଜୟ ପତିହାରିଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୫ ଜଣ ମହିଳାଙ୍କୁ ଥାନାରେ ଅଟଳ ରହିଛି । ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇ ଝାଡୁରେ ମହିଳାମାନେ ନିସ୍ତୁକ ମାଡ଼ ଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ସହ ସରକାରୀ ଅଧିକାରୀଙ୍କ ସୁରକ୍ଷା ଦାବି କରିଛି ନୟାଗଡ଼ ଜିଲ୍ଲା ଓଏଏସ୍‌ ସଙ୍ଘ । ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଓଏଏସ୍‌ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 6 =