ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ ଆଜାଦୀ କି ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀ ସାମିଲ୍ ହୋଇ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ୍ ପରିଦର୍ଶନ କରିବାସହ ମେଟେରିଆଲ୍ ରିକୋଭରି ଫେସିଲିଟି ବିଷୟରେ ଅବଗତ ହୋଇଥିଲେ । ଏହା ବ୍ୟତୀତ ବର୍ଜ୍ୟବସ୍ତୁ ସଂଗ୍ରହ ଠାରୁ ଆରମ୍ଭ କରି ମୋ ଖତ ବିକ୍ରୟ ପର୍ଯ୍ୟନ୍ତ ସମସ୍ତ ବିଷୟ ଏନ୍ଏସିର ଅଧିକାରୀମାନଙ୍କ ନିକଟରୁ ଅବଗତ ହୋଇଥିଲେ । ଅଳିଆ ମୁକ୍ତ ଓଡିଶା ଶୀର୍ଷକରେ ଛାତ୍ରମାନଙ୍କ ମଧ୍ୟରେ ଏକ ପ୍ରାକ୍ଟିକାଲ୍ ଅଧିବେଶନ କରାଯିବା ସହ ଛାତ୍ରମାନଙ୍କୁ ଏକ ପ୍ରଶ୍ନ ଅଧିବେଶନ ବିଷୟରେ ଜ୍ଞାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷ ଶାନ୍ତିଲତା ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ସମସ୍ତ ୱାର୍ଡ କାଉନସିଲର, କମ୍ପ୍ୟୁଟର ପ୍ରୋଗ୍ରାମର୍, ସମ୍ପ୍ରଦାୟ ସଂଗଠକ,ସିଟି ମିଶନ୍ ମ୍ୟାନେଜର,ପରିମଳ ବିଶେଷଜ୍ଞ, ସୁପରଭାଇଜର,ସ୍ୱଚ୍ଛ ସାଥି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।