ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

0 74

ଫୁଲବାଣୀ, ୬/୧୦:- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଶ୍ରୁତି ଲେଖା ବାରିକ ଏକ ଗଞ୍ଜେଇ ମାମଲାର ବିଚାର କରି ଘଟଣାର ୯ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ । ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୮/୧୦ /୨୦୧୫ ରେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡାଥାନା ଭାରପ୍ରାପ୍ତ ଅଧିକାରୀ ଓ ତାଙ୍କ ଟିମ କୌଣସି ସୂତ୍ରରୁ ଖବରପାଇ ଗୋଚ୍ଛାପଡା ସଲେ ବୁଡେଣୀ ଛକରେ ଜଗି ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଏକ ଓ ଆର ୧୯- ଜି – ୭୭୭୫ ଇଣ୍ଡିଗୋ କାରକୁ ସନ୍ଦେହରେ ଅଟକାଇ ତନଖି ନେବାରୁ ୨୭ କେଜି ୫୫୫ ଗ୍ରାମ ଓଜନର ଉକ୍ତ ଗାଡିରୁ ବରାମତ ହେବାରୁ ଗାଡି ଚାଳକ ତଥା ଗାଡି ମାଲିକ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିବା ସହ ଗୋଚ୍ଛାପଡା ପୋଲିସ ଏକ ମାମଲା ୯୨/୧୫ ଏନ୍‌ଡିପିଏସ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ବିଚାରକରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

15 + twelve =