ପୁଣି ପ୍ରସବ ବେଦନା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

0 89

ପାରଳାଖେମୁଣ୍ଡି,୭/୧୦:- ଗାଁକୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ । ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆଶା ଦିଦି ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ପିଲିକା ଗାଁରୁ ପୁଇପାଣି ଛକ ଯାଏଁ ୫କିମି ଘାଟି ରାସ୍ତାରେ ଖଟିଆରେ ବୋହି ନେବା ପରେ ସେଠାରୁ ଏକ ଗାଡି ଭଡା କରି ବିରିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ବେଳେ ବର୍ତ୍ତମାନ ମାଆ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 15 =