ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ମଞ୍ଚସ୍ଥ

0 482

ଜହ୍ନ ।ପଙ୍କ,୭/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡ ଠାରେ ଶାରଦୀୟ ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ୩୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉପେନ୍ଦ୍ର ପ୍ରଧାନ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ମଥାରେ ଲାଗିଛି କଳଙ୍କ ଟୀକା ମଞ୍ଚସ୍ଥ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗଦେଇ ନାଟକକୁ ଉଦଘାଟନ କରିଥିଲେ । ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ,ସିନେ ତାରକା ତଥା ଯୁବ ସିନେମା ନିର୍ଦ୍ଦେଶକ ଚିନ୍ମୟ ମିଶ୍ର, ସ୍ୱେଚ୍ଛାସେବୀ ବିକ୍ରମ ମହାନନ୍ଦିଆ ଯୋଗଦେଇ ଶାରଦୀୟ ଦୁର୍ଗାପୂଜା ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂଘର ସଂପାଦକ ଜଗଦୀଶ ବାରିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ସଭ୍ୟ ଉପେନ୍ଦ୍ର ପ୍ରଧାନ ମଞ୍ଚ ଼ପରିଚାଳନା କରିଥିଲେ । ସଭ୍ୟ ପ୍ରକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବେହେରା, ମଧୁସୂଦନ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ବୀରେନ୍ଦ୍ର ବେହେରା, ସୁରେନ୍ଦ୍ର ପ୍ରଧାନ, କୀର୍ତ୍ତନ ରଣା, ବିଭୀଷଣ ପ୍ରଧାନ,ମହେନ୍ଦ୍ର ପ୍ରଧାନ, ଭଗବାନ ପ୍ରଧାନ, ଅଶୋକ ନାଏକ ପ୍ରମୁଖ ସହଯୋଗ କରିଥିଲେ । ରାମ ନାରାୟଣ ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ-ଗାର୍ଗବ ପ୍ରଧାନ, ସରୋଜ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ସଂଜୀତ ପ୍ରଧାନ, ଚତୁରୁ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଆଲୋକ ପ୍ରଧାନ, କରୁଣା ପ୍ରଧାନ,ଅନୀଲ ବାରିକ, ବବୃବାହାନ ରଣା, କଷ୍ଟ ପ୍ରଧାନ, ବିମଲ ପ୍ରଧାନ, ଈଶ୍ୱର ପ୍ରଧାନ, ସୋମନାଥ ରଣା, ଦାମଦୋର ପ୍ରଧାନ, କାହ୍ନ । ପ୍ରଧାନ, ଦୀପକ ପ୍ରଧାନ, ନାରୀ ଭୂମିକାରେ କୁନ୍ତି ସାହୁ, ବିଜୟଲଷ୍ମୀ ମହାରଣା, ମାମା ଲେଙ୍କା, ରିନା ସିଂ, ଶୁଭଶ୍ରୀ ସାହୁଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

hiranchal ad1
Leave A Reply

Your email address will not be published.

sixteen + sixteen =