ଖପ୍ରାଖୋଲ,୧୦/୧୦ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ଶନିବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ପ୍ରଥମେ ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିଲା ହରିଶଙ୍କର ରେଞ୍ଜ ଅଧିକାରୀ ଗିରଧାରୀ ନାଗ ସବୁଜ ପତାକା ଦେଖାଇ ମୋଟର ସାଇକେଲ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରା ବଡ଼ଗୁର୍ଜିଭଟା, ଘୁନସର, ପୁଟକେଲଚୁଆଁ, ରେଙ୍ଗାଲି, ଖୁରିପାଣି, ସାପମୁଣ୍ଡ, ତେଲେନପାଲି, ବଲିଆବାହାଲ, ଜୁନାନୀବାହାଲ, ଡୁଡୁମଦର୍ହା, କେନ୍ଦ୍ରାଭଟା, ନାନ୍ଦୁପଳା, ତୁର୍ଲା, ଝାକରପାଲି, ବୁରୋମାଲ, ଚାବରିପାଲି, ଭାନପୁର, ବ୍ରାହ୍ମଣୀ ପ୍ରମୁଖ ଗାଁକୁ ଯାଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସଚେତନତା ବାର୍ତ୍ତାସହ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା । ଶୋଭାଯାତ୍ରା ପରେ ଏକ ଉଦଯାପନୀସଭା ରେଞ୍ଜ ଅଧିକାରୀ ଗିରଧାରୀ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକରେ ମୁଖ୍ୟଅତିଥିଭାବେ ଖପ୍ରାଖୋଲ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଡା.ସୁଜିତ ଶତପଥି, ମୁଖ୍ୟବକ୍ତା ଭାବେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ଏୱାର୍ଡି ଅଭୟ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ପରିବେଶ କର୍ମୀ ଗୁପ୍ତେଶ୍ୱର କୁଅଁର ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠ, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରି ନିରୀହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ମହେନ୍ଦ୍ର କାଳସାଏ, ମିଥୁନ ମିର୍ଦ୍ଧା, ସଞ୍ଜିବ ପଧାନ, ପିତାମ୍ବର ମାଝୀ, ରାଜେନ୍ଦ୍ର ଧରୁଆ, ବିଶ୍ୱଜିତ ପଧାନ, ଅଶୋକ ବାଗ, ଜ୍ୟୋତି ରଞ୍ଜନ ପଣ୍ଡା, ତାପସ ରଞ୍ଜନ ବେହେରା, ଗଣେଶ ଦାସ, ଭୋଜରାଜ ବରିହା ସମେତ ବନସୁରକ୍ଷା ସମିତି ସଦସ୍ୟ, ପରିବେଶ ପ୍ରେମୀ, ବନକର୍ମଚାରୀମାନେ ଉପସ୍ଥିତ ଥିଲେ ।