ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା

0 62

ଘୁ.ଉଦୟଗିରି:-ଚଳିତ ବର୍ଷ ପୂଜାପର୍ବଣ ପାଇଁ ହେଉଛି ସାରା ସହର ଚଳଚଞ୍ଚଳ । କରୋନା ମହାମାରୀ ଯୋଗୁଁ ବିଗତ ୨ ବର୍ଷ ହେବ ସମାଜରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସାହିର ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିତ ମହାମାୟୀ ମାଁ ଲକ୍ଷ୍ମୀ । ଘୁ. ଉଦୟଗିରି ସହର ଆରମ୍ଭରେ ପଡେ ପଦାସାହି ଯେଉଁଠି ଅତି ସୁନ୍ଦର ଭାବରେ ସୁସଜ୍ଜିତ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମେଢ଼ । କମିଟି ସଭାପତି ଭାଗବତ ଆର୍ଜଳିଙ୍କ ତତ୍ତ୍ୱାବଧାନରେ ସାହି ବାସିନ୍ଦା ଓ କମିଟି ସଦସ୍ୟ ସନ୍ତୋଷ କୁମାର ବାଘ ସଞ୍ଜୀବ ପ୍ରଧାନ, ହେମନ୍ତ ପ୍ରଧାନ, ପ୍ରଶାନ୍ତ ବଗର୍ତ୍ତୀ, ପଞ୍ଚା, ବାବୁ, ଶଙ୍କର, ମହେଶ୍ୱରଙ୍କ ସହ ଅନ୍ୟମାନଙ୍କ ସହଯୋଗରେ ଆୟୋଜିତ ଏହି ପୂଜା ମେଢ଼ । ଠିକ୍‌ ସେହିପରି ସ୍ଥାନୀୟ ବରାଲିନି ମାର୍କେଟ ପୂଜା କମିଟି ସଦସ୍ୟ ଅରୁଣ ଷଡ଼ଙ୍ଗୀ, ଶିବ ପ୍ରସାଦ ପାତ୍ର, ଲାଲୁ ପରିଚ୍ଛା, ଜଗନ୍ନାଥ ନାୟକ ଓ ଅନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଯାଇଛି । ସହରର ଲକ୍ଷ୍ମୀ ମାର୍କେଟ ଠାରେ ମଧ୍ୟ ପୂଜା କମିଟି ସଦସ୍ୟ ମୁନା ପଣ୍ଡା, ଅଶୋକ ପାତ୍ର, କୁନା ପଣ୍ଡା ଓ କମିଟିର ଅନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ଗଜଲକ୍ଷ୍ମୀ ପୂଜା ମେଢ଼ ପ୍ରସ୍ତୁତ କରି ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଛି । ସହର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ଭକ୍ତ ମାଁ ଙ୍କ ଦର୍ଶନ କରି ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ଲଘୁଚାପ କାରଣରୁ ପ୍ରବଳ ବର୍ଷା ସତ୍ତେ୍ୱ ପୂଜା ଭିଡ଼ ସାମାନ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ ପୂଜା ମେଢ଼ ଗୁଡ଼ିକରେ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି ଅବସରରେ ସମସ୍ତ ପୂଜା କମିଟି ସଭାପତି ପୂଜା ଆରମ୍ଭଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କମିଟି ସଦସ୍ୟ ଓ ସାହି ବାସିନ୍ଦାଙ୍କ ସହଯୋଗ ନିମନ୍ତେ ଅନୁରୋଧ କରିବା ସହ ସମସ୍ତ ସହର ବାସିନ୍ଦାଙ୍କ ନିମନ୍ତେ ମାଁ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − 12 =