ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିଛି । ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବ । ଚୟନ କମିଟି କହିଛି ଯେ, ଡୁବି ଯାଉଥିବା ଅର୍ଥନୀତିର ଉତ୍ଥାନ ପାଇଁ ଏହି ତିନିଜଣ ବିଜେତାଙ୍କ ଗବେଷଣା ସାରା ବିଶ୍ୱକୁ ଏକ ନୂଆ ବାଟ ଦେଖାଇଛି । ବିଶେଷ କରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କଗୁଡିକର ଭୂମିକା ଉପରେ ଏମାନେ ବାହାର କରିଥିବା ଉପାୟ ବେଶ ଉପାଦେୟ । ଯାହା ଦେବାଳିଆ ହୋଇ ଯାଉଥିବା ବ୍ୟାଙ୍କ ଗୁଡିକୁ ବଞ୍ଚାଇପାରିବ । ସେମାନଙ୍କ ଅନୁସନ୍ଧାନରେ ବ୍ୟାଙ୍କ ଭୁଶୁଡ଼ିବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଉପାୟ ରହିଛି । । ଆମ ପାଖରେ ଥିବା ବ୍ୟାଙ୍କଗୁଡିକର ସୁପରିଚାଳନା ପାଇଁ ଏହି ଗବେଷଣା ହିଁ ମାର୍ଗ ଦେଖାଇବ ବୋଲି କୁହାଯାଇଛି ।