ସହରୀ ନକ୍ସଲଙ୍କ ପଛରେ ଅଛି ବିଦେଶୀ ଶକ୍ତି : ମୋଦୀ

0 59

ନୂଆଦିଲ୍ଲୀ : ସହରୀ ନକ୍ସଲମାନେ ବର୍ତ୍ତମାନ ଯୁବପିଢିମାନଙ୍କୁ ଏକ ନୂଆ ରୂପରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ରାଜ୍ୟରେ ନକ୍ସଲମାନେ ଯୁବପିଢିମାନଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ସହରୀ ନକ୍ସଲମାନଙ୍କ ପଛରେ ବିଦେଶୀ ଶକ୍ତି ଅଛି । ଆଜି ଗୁଜୁରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ କହିଥିଲେ ଯେ ନକ୍ସଲମାନେ ଏକ ନୂଆ ରୂପରେ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଗୁଜରାଟରେ ନକ୍ସଲବାଦକୁ ପ୍ରବେଶ କରାଇ ଦେଇନଥିବାରୁ ଆଦିବାସୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସହରୀ ନକ୍ସଲମାନେ ବର୍ତ୍ତମାନ ଯୁବପିଢିମାନଙ୍କୁ ଏକ ନୂଆ ରୂପରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ରାଜ୍ୟରେ ନକ୍ସଲମାନେ ଯୁବପିଢିମାନଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ଆପଣଙ୍କ ସହ କଥାହେବା ବେଳେ ମୋତେ ସେହି ଦିନଗୁଡିକ ମନେ ପଡିଯାଉଛି ଯେତେବେଳେ କିଛି ଲୋକ ଭରୁଚର ବିକାଶକୁ ରୋକିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ । ଭରୁଚ ଅଙ୍କଲେଶ୍ୱରରେ ଶିଳ୍ପ ପ୍ରତିଷ୍ଠା, ବିସ୍ତାରରେ ବଡ ବଡ ପ୍ରତିବନ୍ଧକ ସୃଷ୍ଟି କରିଥିଲେ । ଯେତେବେଳେ କେନ୍ଦ୍ରରେ ଆମ ସରକାର ଗଠନ ହେଲା, ସେତେବେଳେ ଗୁଜରାଟକୁ ନରେନ୍ଦ୍ର ଏବଂ ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନର ଶକ୍ତି ମିଳିଲା,ତା’ପରେ ଆମେ ମିଶି ସମସ୍ତ ପ୍ରତିବନ୍ଧକ ହଟାଇଲୁ । ନକ୍ସଲବାଦୀ ମାନସିକତା ରଖୁଥିବା ବ୍ୟକ୍ତିମାନେ ସର୍ଦ୍ଦାର ସରୋବର ଡ୍ୟାମକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ସଫଳତା ମିଳିନଥିଲା । ବର୍ତ୍ତମାନ ସହରୀ ନକ୍ସଲମାନେ ଏକ ନୂତନ ରୂପରେ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପ୍ରତି ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

three + 4 =