ବିସିସିଆଇ ସଭାପତି ହୋଇପାରନ୍ତି ଏହି ପୂର୍ବତନ ବିଶ୍ୱକପ ବିଜେତା ଖେଳାଳି

0 85

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ ହେବ । ଏହା ପୂର୍ବରୁ ବିସିସିଆଇ ସଭାପତି ପଦ ପାଇଁ ପୂର୍ବତନ ଦ୍ରୁତ ବୋଲର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ଖେଳାଳି ରଜର ବିନ୍ନିଙ୍କ ନାମ ଆଗରେ ରହିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ ବିନ୍ନି ବର୍ତ୍ତମାନ କାର୍ଯ୍ୟରତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି । ସେହିପରି କୋଷାଧ୍ୟକ୍ଷ ଅରୁଣ ଧୁମଲଙ୍କ ସ୍ଥାନରେ ବିଜେପି ବିଧାୟକ ଆଶିଷ ଶେଲାରୀ ନେଇପାରନ୍ତି । ଅନ୍ୟ ପକ୍ଷରେ ଜୟ ଶାହ ନିଜ ପଦରେ ପୁନର୍ବାର ରହିବାର ସମ୍ଭାବନା ରହିଛି । ସେ ଏବେ ବିସିଆଇର ସଂପାଦକ ଦାୟିତ୍ୱ ତୁଲାଉଛନ୍ତି ।

hiring


ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଏହି ଖବର ବିଷୟରେ ସୂଚନା ପ୍ରଦାନ କରି ଏକ ଟ୍ୱିଟ୍‌ ସେୟାର କରିଛି । ଏହି ଟ୍ୱିଟରେ କିଛି ଚିତ୍ର ସେୟାର କରାଯାଇଛି । ଏଏନ୍‌ଆଇ ଏହାର ଟ୍ୱିଟରେ ଲେଖିଛି, ‘ପୂର୍ବତନ ଭାରତ କ୍ରିକେଟର ରୋଜର ବିନ୍ନି ବିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ଥାନ ନେବାର ସମ୍ଭାବନା ରହିଛି । ଜୟ ଶାହା ସଚିବ ଭାବରେ କାର୍ଯ୍ୟ ଜାରି ରଖିବାକୁ ଥିବାବେଳେ ମହାରାଷ୍ଟ୍ର ବିଜେପି ବିଧାୟକ ଆଶିଷ ଶେଲାର ଅରୁଣ ଧୁମଲଙ୍କ ସ୍ଥାନରେ କୋଷାଧ୍ୟକ୍ଷ ହେବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

one + 19 =