ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଲିନାକ ଭବନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0 100

କଟକ : କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ ବେଡ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଲିନାକ ଭବନର ପ୍ରଥମ ମହଲରେ ସିଟି ସ୍କାନ, ଦ୍ୱିତୀୟ ମହଲରେ ଏମଆରଆଇ ଏବଂ ସିଟି ସ୍କାନର ସୁବିଧା ଉପଲବ୍ଧ ରହିଛି। ୬ ମହଲା ବିଶିଷ୍ଟ ଏହି ଭବନରେ ସମସ୍ତ ସେବା ମାଗଣାରେ ଯୋଗାଇଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

hiranchal ad1
Leave A Reply

Your email address will not be published.

three + 19 =