କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ

0 278

ବାଲିଗୁଡ଼ା: ମାଓ ପ୍ରବଣ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଚାନକ ଗସ୍ତ କରି ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ପରିବେଶକୁ ଅତି ନିକଟରୁ ଦେଖିଥିଲେ । ପାହାଡ଼ ପର୍ବତ ଘେରା ବେଲଘର ପଞ୍ଚାୟତ ପ୍ରାକୃତିକ ପରିବେଶରେ ଭରପୁର ରହିଛି । ଏଠାକାର ସବୁଜିମା ଜଙ୍ଗଲ, ଝରଣା କୁଳୁକୁଳୁ ନାଦ, ସୁଉଚ୍ଚ ପାହାଡ଼ ଓଡିଶାରେ ପ୍ରସିଦ୍ଧି ଲାଭ କରିଛି । ଏହି ସବୁଜ ବନାନୀ ପାହାଡ଼ ଉପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି । ଆଦିବାସୀଙ୍କ ଉନ୍ନତି ପାଇଁ ଏହି ବାଳିକା ସରକାରୀ ବିଦ୍ୟାଳୟ ୨୦୦୮ ମସିହାରେ ସ୍ଥାପିତ ହୋଇଥିଲା । ତେବେ ବିଦ୍ୟାଳୟରେ ଆଦିବାସୀ ଛାତ୍ରୀମାନଙ୍କ ମନୋବଳ ବଢ଼ାଇବା ପାଇଁ ଏବଂ ପ୍ରାକୃତିକ ପରିବେଶ ଉପରେ ସମ୍ୟକ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପାଠ ପଢ଼ାଇଥିଲେ ବିଧାୟକ । ଭୂଗୋଳ ପାଠର ଉପାଦେୟତା ଆଜିକାଲି ବେଶ ଆବଶ୍ୟକତା ରହିଛି । ଏହା ଦ୍ୱାରା ଦୁନିଆ ବିଷୟରେ ଜାଣି ପାରିବେ ବୋଲି ପିଲା ମାନଙ୍କୁ ବିଧାୟକ ବୁଝାଇଥିଲେ ।

hiranchal ad1
Leave A Reply

Your email address will not be published.

sixteen + 3 =