ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ନିର୍ମାଣ କାର୍ଯ୍ୟର ତ୍ୱରାନ୍ୱିତ ଦାବିରେ ଗଣଧାରଣା

0 129

ସୁବର୍ଣ୍ଣପୁର : ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ କରିବା ଦାବିରେ ଆଜି ରେଳପଥ ସଂଘର୍ଷ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସରକାରୀ ଉଦାସୀନତା ଯୋଗୁଁ ଏହି ରେଳପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଦେଖାଦେଇ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ଉପସ୍ଥିତ ବିକ୍ଷୋଭକାରୀ ମତଦେବାସହ ଏପରି ସ୍ଥାଣୁତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ଯଦି ନିର୍ଦ୍ଧାରିତ ସମୟ ଭିତରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ସମାପ୍ତ ନହୁଏ ତା ହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ଗଢିତୋଳିବାକୁ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଜଙ୍ଗଲ ଜମି ଅଧିଗ୍ରହଣ କାର୍ଯ୍ୟକୁ ଅଣଦେଖା ହିଁ ଏହି ପ୍ରକଳ୍ପ ତ୍ୱରାନ୍ୱିତ ନହେବାର ଏକ ପ୍ରମୁଖ କାରଣ ବୋଲି ଉପସ୍ଥିତ ଆନ୍ଦୋଳନକାରୀ ମତବ୍ୟକ୍ତ କରିଥିଲେ । ଆଜି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ସଂଘର୍ଷ ସମିତି ପକ୍ଷରୁ ଆହୂତ ଏହି ବିକ୍ଷୋଭ ସମାବେଶକୁ ସମାନ୍ତରାଳ ଭାବରେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଓ ସରକାରଙ୍କ ପାଖକୁ ପ୍ରେରଣ କରାଯାଇଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଠାରେ ମଧ୍ୟ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପାଖକୁ ଦାବି ପତ୍ର ପ୍ରେରଣ କରିଥିଲେ । ଆଜିର ଏହି ବିକ୍ଷୋଭ ସମାବେଶକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ ଜଣାଇଥିବାବେଳେ ଏହି ମଞ୍ଚରୁ କାମର ଅଗ୍ରଗତି ପାଇଁ ସରକାରଙ୍କ ଉଦାସୀନତାକୁ ଦାୟୀ କରି ଆଗାମୀ ଦିନରେ ଦୁର୍ବାର ଜନ ଆନ୍ଦୋଳନ ଆରମ୍ଭ କରିବାପାଇଁ ସମସ୍ତେ ସଜବାଜ ହେବାକୁ ଅଣ୍ଟାଭିଡି ଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣାରେ ସହ ଆବାହକ ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ, ଅଭିମନ୍ୟୁ କୁଶଳ,ଜିତେନ୍ଦ୍ର ପଟ୍ଟନାୟକ, ପଦ୍ମଲୋଚନ ମିଶ୍ର, ଶେଷଦେବ ମେହେର, ସୁରେଶ ମିଶ୍ର, ସୁରେଶ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରକାଶ ବେବର୍ତ୍ତା, ହିମାଂଶୁ ଗଡ଼ତିଆ, ଲଡୁକିଶୋର ମଲ୍ଲିକ, ବ୍ୟାସଦେବ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ସଚ୍ଚ଼ିଦାନନ୍ଦ ଦାଶ, ଦିଲିପ ପାତ୍ର, ନିଶାନ୍ତ ମହାନ୍ତି, ଶରତ ମହାପାତ୍ର, ଅଶୋକ ଜେନା, ସୁବ୍ରତ ସେଠି ପ୍ରମୁଖଙ୍କ ସହ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଶତାଧିକ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ସମୁହ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − 2 =