ମହିଳା ସଂଘ ପକ୍ଷରୁ ମଦ ବିରୋଧୀ ଓ ଜନହିତକର ରାଲି

0 67

ଘୁ ଉଦୟଗିରି: କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକରେ ମଦ ବିରୋଧୀ ଏବଂ ଜନହିତକର ରାଲି ଅନୁଷ୍ଠିତ ହୋଇଯାଇଛି । ନିଶା ମୁକ୍ତ ଗାଁ ଗଠନ ଅଭିଯାନ ପରିପ୍ରେକ୍ଷୀରେ ଦେଶୀ ଓ ବିଦେଶୀ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା, କରୋନା ସମୟ ଠାରୁ ବନ୍ଦ ରହିଥିବ ଗରିବ ସାହାଯ୍ୟ ଘର ପ୍ରଦାନ କରିବା, ଲଗାଣ ବର୍ଷା ଜନିତ ଭୁଶୁଡି ଯାଇଥିବା ଘରର ପରିବାରକୁ ଆର୍ଥିକ ସହାୟତା ଦେବା, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଖାଲି ପଡ଼ିଥିବା ସରକାରର ବିଭିନ୍ନ ପଦବୀରେ ନିଯୁକ୍ତି ଦେବା, ଏବଂ ମଦ ରାନ୍ଧିଲି, ମଦ ବିକାଳୀ ଓ ମଦ ପିଆଳିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧ୍ୱଂସ ହେଉଥିବା ପରିବାରକୁ ରକ୍ଷା କରି ନାରି ଜାତିକୁ ସମ୍ମାନର ସହିତ ବଂଚିବାକୁ ସୁଯୋଗ ଦେବା ଦାବି ନେଇ ଛତିଝାର ଓ ଟିପାରିଗାଁ ଛକ ଠାରୁ ଏକ ବିରାଟ ରାଲିରେ ନାରାବାଜି ଦେଇ ଟିକାବାଲି ଥାନା ଅଧିକାରୀ କଲ୍ୟାଣୀ ମୟୀ ଷେଣ୍ଢଙ୍କୁ ଦାବି ପତ୍ର ଦିଆଯାଇଥିଲେ । ସେ ଏହା ପରେ କହିଥିଲେ ମଦ ବିକୁଥିବା ଲୋକକୁ ଧରି ମତେ ଫୋନ କର ଯାହାକି ସନ୍ତୋଷ ଜନକ ଉତ୍ତର ନ ଥିଲା । ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ କହିଥିଲେ କରୋନା ସମୟ ଠାରୁ ଗରିବ ସାହାଯ୍ୟ ଘରର କାର୍ଯ୍ୟାଦେଶ ଦେବା ବନ୍ଦ ହୋଇଯାଇଛି । ଏଣୁ ଘର ମିଳିବ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ । ତା ବଦଳରେ ବର୍ଷାରେ ଭୁଶୁଡି ଯାଇଥିବା ଘରର ପରିବାରକୁ ଆର୍ଥିକ ସହାୟତା ପାଇଁ ତହସିଲଦାରଙ୍କ ସହିତ ସାକ୍ଷତ କରିବା ପାଇଁ କହିଥିଲେ । ତହସିଲଦାରଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ସୁଷମା ଦେବି ସ୍ୱାଇଁଙ୍କୁ କ୍ଷତି ପୂରଣ ଆର୍ଥିକ ସହାୟତା ପାଇଁ ଦାବିପତ୍ର ପ୍ରଦାନ କରିବା ବେଳେ ତାଙ୍କ ଉତ୍ତର ଥିଲା ଭାଙ୍ଗି ଯାଇଥିବା ସମସ୍ତଙ୍କ ଘରର କାଗଜ ପତ୍ର ଉପର ଅଫିସକୁ ପଠାଯାଇଛି । ଏହା କହି ଦାବିପତ୍ର ଗ୍ରହଣ କରିଥିଲେ । ଜନ ପ୍ରତିନିଧିଙ୍କ ପ୍ରତିଶୃତି ଏବେ ଗଲା କୁଆଡେ ବୋଲି ଗର୍ଜିଛନ୍ତି ମହିଳା ମହାସଂଘ । ଏହି ଦାବି ପୂରଣ ଦିଗରେ ସରକାର ଗୁରୁତ୍ୱ ନ ଦେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାନେତ୍ରୀ ଲୁପିତା ପ୍ରଧାନ ଓ ସମ୍ପାଦିକା ରତ୍ନାବତି ବେହେରା ମତ ବ୍ୟକ୍ତ କରିଛନ୍ତି । ଏଥିରେ ରୁକୁଣି ପାତ୍ର, ସନ୍ତ କୁମାରୀ ନାୟକ, ସୁମନ୍ତୀ କହଁର, ଅନୁ ପ୍ରଧାନ, ଜୋଚନା ବେହେରା, ନମିତା ନାୟକ, ସରୋଜିନୀ ସାହୁ, ସାମାଜିକ କର୍ମୀ ବୁଲୁ ଡିଗଲ, ରମା ପଣ୍ଡା, ରାଜକିଶାର ପ୍ରଧାନ, ଏବଂ ବନବାସୀ କଳା ସଂକୃତିକ ବିକାଶ ପରିଷଦ ସହଯୋଗ କରିଥିବା ବେଳେ ପୋଲିସ ବିଭାଗ ଓ ଇଣ୍ଟେଲଜେନ୍ସି ଅଫିସର ସୁନୀଲ କୁମାର ନାୟକ ରାଲି ଆରମ୍ଭରୁ ଶେଷ ପର୍ଯନ୍ତ ତୀକ୍ଷଣ ଦୃଷ୍ଟି ଦେଇ ସୁରୁଖୁରୁରେ ସମାପ୍ତ କରିବାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 4 =