ଖୁବଶୀଘ୍ର ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ : ଅଶ୍ୱିନୀ ବୈଷ୍ଣବ

0 101

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠୁ ଓଡିଶାରେ ଆରମ୍ଭ ହେବ ୫ଜି ସେବା । ଆଜି ଭୁବନେଶ୍ୱରରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ ୫ଜି ସେବା ଉପଲବ୍ଧ ହେବ । ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦% ଅଞ୍ଚଳରେ ୫ଜ ସେବା ମିଳିବ ।
୫ଜିରେ ଫୋର୍‌-ଜିଠୁ ୧୦ ଗୁଣା ସ୍ପିଡ୍‌ ସେବା ମିଳିବ । ଆବଶ୍ୟକ ସ୍ଥଳରେ ଏହି ସ୍ପିଡ୍‌ ୧୦୦ ଗୁଣା ଯାଏଁ ବଢିବ । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍‌ ସ୍ପିଡ ବଢ଼ାଇବ ୫ଜି । ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି । ସେଗୁଡିକ ହେଉଛି- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ,ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇ ।
୫ଜି ସେବା ସହିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାମ ନେଇ ମଧ୍ୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିଛନ୍ତି, କାମ ଜୋରରେ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାରଙ୍କ ପଛରେ ଲାଗି ପଡ଼ିଥିଲୁ । ଏବେ ରାଜ୍ୟ ସରକାର ସୁପାରିସ କରିଛନ୍ତି, ଶୀଘ୍ର ଅନୁମତି ମିଳିଯିବ । ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ ଖୁବଶୀଘ୍ର ବାସ୍ତବ ରୂପ ନେବ । ଏହା ସହିତ ଭୁବନେଶ୍ୱର ରେଳ ଷ୍ଟେସନ ଖୁବଶୀଘ୍ର ବିଶ୍ୱସ୍ତରୀୟ ହେବ ବୋଲି ସେ କହିଛନ୍ତି । ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ । ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶ୍ୱିନୀ ବୈଷ୍ଣବ ଅନୁରୋଧ କରିଛନ୍

hiranchal ad1
Leave A Reply

Your email address will not be published.

fourteen + fourteen =