ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାମାଜିକ କାର୍ଯ୍ୟକ୍ରମ

0 62

ଭୁବନେଶ୍ୱର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ପାଳନ ଅବସରରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ୧୫୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ସ୍ଥାନୀୟ ଭିଏସଏସ ନଗର ସ୍ଥିତ ତାରିଣୀ ମନ୍ଦିର ପରିସରରେ ” ଅନ୍ନଦାନ ” କରାଯିବା ସହ ମନ୍ଦିର ପରିସର ସଫେଇ ଓ ତତ୍ ସହିତ ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସାମ୍ନାରେ ଥିବା ପାର୍କରେ “ବୀର ସୁରେନ୍ଦ୍ର ସାଏଙ୍କ” ପ୍ରତିମୂର୍ତ୍ତିକୁ ସଫେଇ କରିବା ସହିତ ୧୦ରୁ ଉର୍ଦ୍ଧ୍ବ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା।

hiring

ଏହି କାର୍ଯ୍ୟକ୍ରମରେ ଦୀପକ ନାୟକ, ନରେନ୍ଦ୍ର ବିଶ୍ୱାଳ,ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଶିବାନନ୍ଦ ତାଡ,ଛାତ୍ର ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଛାତ୍ର ସମ୍ପାଦକ ଶ୍ରୀ ସର୍ବଜିତ୍ ସାହୁ, ଯୁବନେତା ବିଭୁଦତ୍ତ ରଥ, ଦୀନବନ୍ଧୁ ପତି, ଅନନ୍ତ ରେଡ୍ଡୀ, ସାମ୍ବାଦିକ କମଳାକାନ୍ତ ନାୟକ, ସରୋଜ ରାଉତ ,ସୋମନାଥ ମଲ୍କିକ , ଯୁବନେତା ଅକ୍ଷୟ ସ୍ୱାଇଁ, ଲୋକେଶ କୁମାର, ବିନୋଦ କୁମାର ସାହୁ, ଆଡଭୋକେଟ ଅନୁପମ ମହାନ୍ତି, ତପନ ମହାନ୍ତି , ମୁନା, ଟୁଲୁ ଓ ୩୦ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ବୋଲି ଡଃ ପ୍ରକାଶ ତ୍ରିପାଠୀ ଜଣେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + seven =