ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

0 179

ନବରଙ୍ଗପୁର : ରବିବାର ନବରଙ୍ଗପୁର ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲ ଠାରେ ଗତ ତିନି ଦିନ ଧରି ଚାଲୁଥିବା ରାଜ୍ୟସ୍ତରୀୟ ମାଷ୍ଟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ସଫଳତାର ସହ ଉଦଯାପିତ ହୋଇଯାଇଛି । ଓଡିଶା ବ୍ୟାଡ଼ମିଣ୍ଟନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଅନ୍ତିମ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ରୂପେ , ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ , ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।
ଏହି ପ୍ରତିଯୋଗିତାର ଫାଇନାଲରେ ୩୫ ବର୍ଷ ଏକକ ବର୍ଗରେ ଜୟ ପ୍ରକାଶ ସିଂ ଉପ ବିଜେତା ଓ ରଞ୍ଜିତ କୁମାର ବିଜେତା । ୩୫ ବର୍ଷୀୟ ଯୁଗଳ ବର୍ଗରେ ଜୟ ପ୍ରକାଶ ସିଂ ଓ କଂହୁ ଚରଣ ପଟ୍ଟନାୟକ ଉପ ବିଜେତା ,ଏ ମୁନିର ଓ ରଞ୍ଜିତ କୁମାର ବାଂଠା ବିଜେତା, ୪୦ ବର୍ଷ ଏକକ ବର୍ଗରେ ଶିବ ପାଢ଼ୀ ଉପ ବିଜେତା , କଂହୁ ଚରଣ ପଟ୍ଟନାୟକ ବିଜେତା ୪୦ ବର୍ଷ ଯୁଗଳ ବର୍ଗରେ କଂହୁ ଚରଣ ପଟ୍ଟନାୟକ ଓ ଉମା ଶଙ୍କର ପ୍ରଧାନ ଉପ ବିଜେତା , ଶିବ ପାଢ଼ୀ ଓ ଶ୍ରାବଣ ଜାମା ବିଜେତା ୪୫ ବର୍ଷ ଏକକ ବର୍ଗରେ ଶୁଭ୍ରାଂଶୁ ଦଳେଇ ଉପ ବିଜେତା, ଅଶୋକ କୁମାର ବେହେରା ବିଜେତା । ଯୁଗଳ ବର୍ଗରେ ଅନୀଲ ଦଳେଇ ଓ ତିରୁପତି ପାଣିଗ୍ରାହୀ ଉପ ବିଜେତା, ଶ୍ରାବଣ ଜାମା ଓ ତାହୀର ମହମ୍ମଦ ବିଜେତା । ୫୦ ବର୍ଷ ଏକକ ବର୍ଗରେ କଳାକାର ପ୍ରଧାନ ଉପ ବିଜେତା, ପ୍ରଦୀପ ପଟ୍ଟନାୟକ ବିଜେତା, ଯୁଗଳ ବର୍ଗରେ ଅସିତ କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ପଟ୍ଟନାୟକ ଉପ ବିଜେତା, ସମୀର କୁମାର ସାହୁ ଓ ସଞ୍ଜୟ ରାଉତ ବିଜେତା । ୫୫ ବର୍ଷ ଏକକ ବର୍ଗରେ ସତ୍ୟ ନାରାୟଣ ପଟ୍ଟନାୟକ ଉପ ବିଜେତା, ଗୌରୀ ଶଙ୍କର ବିଶି ବିଜେତା, ଯୁଗଳ ବର୍ଗରେ ଅଶୋକ ସାହୁ ଓ ଏସ ପ୍ରହଲ୍ଲାଦ ଉପ ବିଜେତା, ବିନୋଦ ସାହା ଓ ଗୌରୀ ଶଙ୍କର ବିଶି ବିଜେତା । ୬୦ ବର୍ଷ ଏକକ ବର୍ଗରେ ବିକାଶ ରାଇନାଥ ଉପ ବିଜେତା , ମାନସ ପଣ୍ଡା ବିଜେତା । ଯୁଗଳ ବର୍ଗରେ ବିକାଶ ରାଇନାଥ ଓ ଉର୍ମିଥ ସିଂ ଉପ ବିଜେତା , ମାନସ ପଣ୍ଡା ଓ ଯୁଧିଷ୍ଠିର ବେହେରା ବିଜେତା ହୋଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ନବରଙ୍ଗପୁର ଅତିରିକ ଜିଲ୍ଳାପାଳ ଶ୍ରୀ ଭାସ୍କର ରାଇତଙ୍କୁ ଉତ୍କୃଷ୍ଟ ଖେଳ ନିମନ୍ତେ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଙ୍ଘ ସଭାପତି ରାକେଶ ଗୁପ୍ତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ପ୍ରଦୀପ ପଟ୍ଟନାୟକ, ସଂପାଦକ ନିଲିନ କୁମାର , କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି , ଶୈଳେନ୍ଦ୍ର ଚୌଧୁରୀ , ମୋତି ବେହେରା , ପ୍ରୀତ ପାଲ ସିଂ, ଟୁଲୁ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ସାରା ରାଜ୍ୟରୁ ପ୍ରାୟ ୧୧୦ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶା ବ୍ୟାଡମିଣ୍ଟନ ସଙ୍ଘ ତରଫରୁ ଉମା ଶଙ୍କର ମହନ୍ତ, ଲକ୍ଷପତି ନନ୍ଦ, ସୁରଜ ମହାରଣା, କପିଲ ଅଗ୍ରୱାଳ ପ୍ରମୁଖ ମ୍ୟାଚ ଗୁଡିକ ପରିଚାଳନା କରିଥିଲେ । ନବରଙ୍ଗପୁର ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ଲିଙ୍ଗରାଜ ମହାନ୍ତି, କୋଷାଧ୍ୟକ୍ଷ ଉମା କାନ୍ତ ରାଉଳ, ଚନ୍ଦନ ମହାରଣା , ଜି ପ୍ରସାଦ, ମୁରଲୀ ଧର ଭୂଷଣ, ରବି ବେହେରା, ସ୍ୱାଧୀନ ପୂଜାରୀ, ସୁଶୀଲ ପଟ୍ଟନାୟକ, ଅଶୋକ ସାହୁ ,ଜଗଦୀଶ ବାବୁ, ବ୍ୟାସ ଦେବ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =