ଏନୱାଇକେ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0 56

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତର ପ୍ରତ୍ୟେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧ଠାରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ଭାରତର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ମାଧ୍ୟାମରେ ଶୁଭ ଉଦଘାଟନ କରିଛନ୍ତି । ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆଜି ଫୁଲବାଣୀ ସହର ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଆଜିର ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ସରକାରୀ ଆଟିଆଇ ଅଧ୍ୟକ୍ଷ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର, ସହକର୍ମୀ ସତ୍ୟବାନ ଦଳ ବେହେରା, ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ସୋନାଲି ଡିଗାଲ, ରୀତିମା ବାଘ, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ, ମିନି କହଁର, ସୁଭଦ୍ରା ମଲ୍ଲିକ, ଗୋବିନ୍ଦ କହଁର, ସମୀର ପ୍ରଧାନ, ସୁରଭି କହ୍ନର, ପାନୁଆଲ ଡିଗାଲ, ବିକାଶ ନାୟକ, ଦିଗବିଜୟ ପ୍ରଧାନ, ଅଜିତ ମଝିଆ ସେଠ, ଚନ୍ଦନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୨୪ ହଜାର କିଗ୍ରା ପ୍ଲାଷ୍ଟିକ କଲେକସନ ହେବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − nine =