ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଆନ୍ଦୋଳନ ପାଇଁ ବନ୍ଦ ରହିବ ସରକାରୀ/ବେସରକାରୀ ଅଫିସ

0 193

ବଲାଙ୍ଗୀର : ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ଆସନ୍ତା ୨୦ ତାରିଖ ତଥା ତୃତୀୟ ଗୁରୁବାର ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟ ସହ ବ୍ୟାଙ୍କ୍‌, ବୀମା, ଡାକଘର ଇତ୍ୟାଦି କାର୍ଯ୍ୟାଳୟ ବନ୍ଦ କରାଯିବ । ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସ୍ଥାନୀୟ ସିଭିଲ କୋର୍ଟ ବାର ହଲ ଠାରେ ବଲାଙ୍ଗୀର ଏକ୍ସନ କମିଟୀ ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପସଭାପତି ସରୋଜ ଗୁପ୍ତା, ପଶ୍ଚିମ ଓଡିଶା ଯୁବା ମଞ୍ଚର ଅଭିଷେକ ଦାସ, ବିନୋଦ କାଲସାଏ, ଅରବିନ୍ଦ ପୂଜାରୀ, ଭବାନୀଶଙ୍କର ଶତପଥୀ, ଗୋପାଳ ହୋତା, ଅସିତ ଷଡଙ୍ଗୀ, ମନୋରଞ୍ଜନ ମିଶ୍ର, ବେଲାର ସିଂ ଭୋଇ, ବିରେନ୍ଦ୍ର ଝାଙ୍କର, ସୁଧୀର ମିଶ୍ର ପ୍ରମୁଖ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ତଥା ସଂଗଠନର କର୍ମକର୍ତ୍ତା ମତାମତ ରଖି ସମର୍ଥନ କରିଥିଲେ । ବଲାଙ୍ଗୀର ଏକ୍ସନ କମିଟୀ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘ ସହାୟତାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପୁଣି ଜୋରଦାର ହେବ । ସୂଚାଇ ଦିଆଯାଏ ଯେ, ପ୍ରତିମାସ ୩ୟ ଗୁରୁବାର ସରକାରୀ, ବେସରକାରୀ, ବୀମା,ବ୍ୟାଙ୍କ ଇତ୍ୟାଦି କାର୍ଯ୍ୟାଳୟ ବନ୍ଦ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା କରାଯିବା ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

seven + 10 =