ଜନ୍ମେଜୟ ପାତ୍ର ହେଲେ ସୋନପୁର ବିଧାୟକଙ୍କ ପୌର ପ୍ରତିନିଧି

0 143

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୌରପରିଷଦରେ ସୋନପୁର ବିଧାୟକ ତଥା ଓଡ଼ିଶାର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି ଯୁବନେତା ଜନ୍ମେଜୟ ପାତ୍ର । ଶ୍ରୀ ପାତ୍ର ପୌରପରିଷଦର ୭ନମ୍ବର ୱାର୍ଡ଼ର କାଉନସିଲର ଭାବରେ ଲଗାତାର ନିର୍ବାଚିତ ହେଉଥିବା ବେଳେ ସଂପ୍ରତି ସେ ଏବେ ନଗର ବିଜେଡି ସଭାପତି ଭାବରେ ଅଧିଷ୍ଠିତ ଅଛନ୍ତି । ବିଧାୟକଙ୍କ ଅନୁପସ୍ଥିତିରେ ପୌରପରିଷଦର ବିଭିନ୍ନ ବୈଠକରେ ତାଙ୍କର ପ୍ରତିନିଧି ଭାବରେ ଏଣିକି ସେ ଯୋଗଦେବେ ବୋଲି ତାଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୁବର୍ଣ୍ଣପୁର ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

one × one =