ସମ୍ବଲପୁରୀ ବସ୍ତ୍ରର ବିପଣନ ପାଇଁ ଫ୍ଲିପକାର୍ଟ ଓ ଆଇଆଇଏମ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

0 471

ସମ୍ବଲପୁର: ସମ୍ବଲପୁର ଆଇଆଇଏମ ଠାରେ ଆଜି ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଫ୍ଲିପକାର୍ଟ ଓ ଆଇଆଇଏମ୍‌ ମଧ୍ୟରେ ଓଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି, ଯାହାଫଳରେ ସମ୍ବଲପୁରୀ ବସ୍ତ୍ର ବିକ୍ରି କରିବା ପାଇଁ ଏକ ନୂତନ ମଞ୍ଚ ଉପଲବ୍ଧ ହେଲା । ଏବିଷୟରେ ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରୋ ମହାଦେବ ଜାଏସୱାଲଙ୍କ କହିବା ଅନୁସାରେ ଜଣେ ଏଣିକି ତାଙ୍କ ଜରିଆରେ ସମ୍ବଲପୁରୀ ବସ୍ତ୍ର କିଣୁଥିବା ବ୍ୟକ୍ତି ଫ୍ଲିପକାର୍ଟ ଦ୍ୱାରା ପରିଚାଳିତ ସମସ୍ତ ସୁବିଧା ପାଇପାରିବେ । ଏ ବିଷୟରେ ଫ୍ଲିପକାର୍ଟର ଦାୟିତ୍ୱ କଥା ବୁଝାଇ ସେ ପୁଣି କହିଲେ ବୁଣାକାରମାନଙ୍କ ଘରୁ ତାଙ୍କ ଉତ୍ପାଦିତ ସାମଗ୍ରୀ ସଂଗ୍ରହ, ତାହାର ଯଥୋଚିତ ପ୍ୟାକିଙ୍ଗ ସହିତ ନିର୍ଦ୍ଧିଷ୍ଟ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଓ ଆବଶ୍ୟକ ସ୍ଥଳେ ତାହା ଫେରାଇ ଆଣିବାକୁ ସେ ଚୁକ୍ତିବଦ୍ଧ । ଫ୍ଲିପକାର୍ଟ କମ୍ପାନୀ ପକ୍ଷରୁ ତାଙ୍କର ପୂର୍ବାଞ୍ଚଳ ନିର୍ଦ୍ଦେଶକ ଆକାଶ ମିଶ୍ର ଏହି ଚୁକ୍ତିରେ ସ୍ୱାକ୍ଷର କରିବା ସହିତ ଏଥିରେ ତାଙ୍କର ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ସହିତ ସିଡବିର ମୁଖ୍ୟ ମହାପ୍ରବନ୍ଧକ ଶୁଭ୍ରାଂଶୁ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଆମନ୍ତ୍ରିତ ରହି ଏହି ପରିପ୍ରେକ୍ଷୀରେ ସରକାରଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବୁଝାଇଥିଲେ । ଅଞ୍ଚଳର ଦୁଇ ଜଣ ପ୍ରତିଷ୍ଠିତ ବୁଣାକାର ସୁରେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେର ଏହି ଅବସରରେ ମଞ୍ଚାସୀନ ରହି ଏଥିରେ ବୁଣାକାରମାନଙ୍କ ସମସ୍ୟା ଓ ଅସୁବିଧା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ସାମୁ ହୋଇ ଏହିପରି ଅଭିନବ ପ୍ରଚେଷ୍ଟା ପାଇଁ ଆଇଆଇଏମ୍‌ ଓ ଫ୍ଲିପକାର୍ଟ ପ୍ରତି ସାଧୁବାଦ ଜଣାଉଥଗଲେ । ଏହି ଅଭିନବ ପରିଯୋଜନା ବିଷୟରେ ତାଙ୍କର ଭୂମିକା ବିଷୟରେ ଅବଗତ କରାଇବା ପାଇଁ କିଛି ଚୟନିତ ବୁଣାକାରଙ୍କୁ ମଧ୍ୟ ଆମନ୍ତ୍ରିତ କରା ଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × one =