ବାଉଁଶୁଣିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

0 123

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ବାଉଁଶୁଣି ଏକ ବ୍ୟବସାୟର ପେଣ୍ଠ ସ୍ଥଳୀ । ଏହି ଛକ ଉପରେ ଆଖପାଖ ୫ଟି ପଂଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମ ନିର୍ଭର କରୁଥିବା ବେଳେ ଏଠାରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଅନୁଷ୍ଠାନ ଅଛି । ଏହା ବ୍ୟତୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସେବା ସମବାୟ ସମିତି, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟୁତ କାର୍ଯ୍ୟାଳୟ ସହିତ ଦୈନିକ ବଜାର ବସେ । ଫଳରେ ସକାଳ ୭ ଟାରୁ ଆରମ୍ଭ କରି ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସହିତ ଛକରୁ ଗୁନ୍ଦୁଳିଆ ରାସ୍ତା ଓ ହାଇସ୍କୁଲ ରାସ୍ତା ଭିଡ ରହେ । ଏହାର ମୁଖ୍ୟ କାରଣ ଜବର ଦଖଲ । ଦୀର୍ଘ ଦିନରୁ ମୁଖ୍ୟ ରାସ୍ତା ଉପରୁ ଜବର ଦଖଲ ଉଠାଇବାକୁ ବାଉଁଶୁଣି ନାଗରିକ କମିଟି ପକ୍ଷରୁ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା । ସୋମବାର ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ଅଚାନକ ବାଉଁଶୁଣି ଗସ୍ତ କରି ପ୍ରଥମେ ମେଡ଼ିକାଲ ଓ ମାର୍କେଟ ବୁଲି ଦେଖିଥିଲେ ଏବଂ ତୁରନ୍ତ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବାଉଁଶୁଣି ଭାରପ୍ରାପ୍ତ ଥାନା ଅଧିକାରୀ ମଗର ପୋଲିସ କର୍ମଚାରୀ ମାନଙ୍କ ସହିତ ମିଶି ମୁଖ୍ୟ ରାସ୍ତା କଡ,ଗୁନ୍ଦୁଳିଆ ରାସ୍ତା ଓ ହାଇସ୍କୁଲ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ କରିବା ପାଇଁ କହିଥିଲେ । ଉପଜିଲ୍ଲାପାଳ ସନତ ନାଏକ ଓ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମଧ୍ୟ ଉପସ୍ଥିତ ଥିଲେ । ଯେଉଁମାନେ ଏହାକୁ ଅବମାନନା କରିବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଚାଇ ଥିଲେ । ତେବେ ଅସ୍ଥାୟୀ ଭାବେ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ପ୍ରଶାସନର ଏପରି ତରବରିଆ ନିଷ୍ପତ୍ତିକୁ ଅସନ୍ତୋଷ ପ୍ରକାଶ କରିଥିଲେ । ପୂର୍ବରୁ କୌଣସି ସୂଚନା ନଦେଇ ହଠାତ ଉଚ୍ଛେଦକୁ ବ୍ୟବସାୟୀ ମହଲରେ ତୀବ୍ର ସମାଲୋଚନା କରିଛନ୍ତି । ତୁରନ୍ତ ଉଠାଦୋକାନୀ ମାନଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଜନ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × four =