ପଥର ବ୍ଲାଷ୍ଟିଂ ପ୍ରତିବାଦରେ ଜନ ଆନ୍ଦୋଳନ

0 182

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଆଜି ଦଶପଲ୍ଲାରେ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପୋଇବାଡି, ନୂଆସାହି ଓ ପଙ୍କାଳସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ ଅଫିସ୍‌ ଠାରେ ପହଞ୍ଚି ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ଏହି ମର୍ମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପରେ ତହସିଲଦାର ଭେଙ୍କଟେସ ରାଓ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ସେହି ପଥର କମ୍ପାନୀ ମାଲିକଙ୍କୁ ଫୋନ ଯୋଗେ କାମ ବନ୍ଦ ଓ ସମସ୍ତ ମେସିନ ବାହାରକୁ ବାହାର କରିବା ପାଇଁ କହିଥିଲେ । ଏହା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରି ଥିଲେ ଏବଂ ତହସିଲଦାରଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟ ଯେ ପାହାଡ଼ ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିଲା । ଏହି ଡାକରାରେ ବିଭିନ୍ନ ରାଜନୈତିକ ଦଳର ବହୁ ନେତୃତ୍ୱ ସାମିଲ୍‌ ହୋଇଥିବାର ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

nine + 5 =