ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରୀ ଜଣେ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି । ଅଭିଯୁକ୍ତ ହେଲେ ବିଜେପୁର ଗ୍ରାମର ଦିପୁ ରଞ୍ଜନ ପ୍ରଧାନ(୩୭) ତାଙ୍କ ପାଖରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-୮୩/୨୨-୨୩ ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୦୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଏଏସ୍ଆଇ ପୂର୍ଣ୍ଣ ଚନ୍ଦ୍ର ନାୟକ, ମାନସ କୁମାର ମିଶ୍ର, ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଭିକ୍ଟୋରିଆ ଡୁଙ୍ଗ ଡୁଙ୍ଗ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।