ନବରଙ୍ଗପୁର :- ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ ପାଇଁ ଆଦିବାସୀ ହରିଜନ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀଙ୍କ ଦ୍ୱାରା ଦାବିପତ୍ର ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୀବ କୁମାର ଦୁବେଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ବିଗତ ଦିନରେ ସଭାପତି ଥିବା ବେଳେ ନରସିଂହ ତ୍ରିପାଠୀଙ୍କ ଦ୍ୱାରା ସର୍କିଟ କୋର୍ଟ ଦାବି କରାଯାଇଥିଲା ଓ ଏଥିଯୋଗୁଁ ମାସକୁ ତିନିଦିନ ଭିଜିଲାନ୍ସ କୋର୍ଟ ଚାଲୁଛି ଆଉ ଏହାକୁ ସ୍ଥାୟୀ କରିବା ପାଇଁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଏହି କୋର୍ଟ ପ୍ରତିଷ୍ଠା ହେଲେ ବହୁତ କେସ ଗୁଡିକର ଶୀଘ୍ର ସମାଧାନ ହୋଇପାରିବ ବୋଲି ସଭାପତି ନରସିଂହ ତ୍ରିପାଠୀ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ସୁବୋଧ ଚନ୍ଦ୍ର ବେନିଆ, ତାଜ ଇମ୍ରାନ ଶରିଫ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମରେଶ ଗନ୍ତାୟତ, ପ୍ରଫୁଲ୍ଲ ଦେବ ସିଂ, ପ୍ରଶାନ୍ତ ପଟ୍ଟନାୟକ, ସଞ୍ଜୀବ ଭକ୍ତ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ମିନାଖୀ ପାଢ଼ୀ, ଶର୍ମିଷ୍ଠା ରଥ, ପଙ୍କଜିନି ତ୍ରିପାଠୀ, ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।