ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ଐତିହାସିକ ବୌଦ୍ଧ କୀର୍ତ୍ତି ରତ୍ନଗିରି ଠାରେ ଗୁରୁବାର ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ନେହରୁ ଯୁବ କେନ୍ଦ୍ର ଆମ ସ୍ୱାଭିମାନ ଅନୁଷ୍ଠାନ ଓ ମା ବ୍ରାହ୍ମଣଦେବୀ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅକ୍ଟୋବର ୧ରୁ ଆରମ୍ଭ ହୋଇଛି । ଏହି କ୍ରମରେ ଧର୍ମଶାଳା, ବଡଚଣାର ବିଭିନ୍ନ ଗ୍ରାମାଞ୍ଚଳ ମନ୍ଦିର ଆଦି ଜନବସତିରେ ପଡି ରହିଥିବା ଅଳିଆ, ଅବର୍ଜାନ ଗୁଡିକ ସଫା କରାଯାଇଥିଲା । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ସଦସ୍ୟ ଶିବୁ ସାହୁ, ଶୁକଦେବ ପୃଷ୍ଟି, ମୁନୁ ନାୟକ, ଚନ୍ଦନ ସାହୁ, ଉଦୟ ସାହୁ, ଦେବ ସାହୁ, ଚନ୍ଦନ ନାୟକ, ସଂଜୟ ନାୟକ, ଶାନ୍ତନୁ ସାହୁ, ରାଜା ପୃଷ୍ଟି,ଚନ୍ଦନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ରହି ଭୂମିକା ତୁଲାଇଥିଲେ । ରତ୍ନଗିରି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନ୍ମଜୟେ ବାରିକ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ସମସ୍ତ ସ୍ୱେଚ୍ଛାସବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମକୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବାକୁ ଅନୁଷ୍ଠାନର ସଭାପତି ସୁଶୀଲ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ ।