ଉଲ୍ଲେଖନୀୟ ସେବା ପାଇଁ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଜଙ୍ଗଲ ମନ୍ତ୍ରୀ ପ୍ରଦିପ କୁମାର ଅମାତ

0 89

ବୌଦ୍ଧ,୨୦/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁରସ୍ଥିତ ନର୍ସରୀ ଠାରେ ଉଲ୍ଲେଖନୀୟ ସେବାପାଇଁ ଜଙ୍ଗଲ କୃଷି ଚାଷୀ ଏବଂ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗ ଦେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଗଛ ଲଗାଇଥିବା ଚାଷୀ , ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବନ୍ୟ ଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିବାରୁ ନିଜ ନିଜ ଦାୟିତ୍ୱବୋଧ ଉପରେ ସଚେତନ ହୋଇ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ସଫଳ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ଚାଷୀ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ଚାରା ଯୋଗାଇ ଦିଆଯାଉଛି ବୋଲି ବକ୍ତବ୍ୟରେ କହିଥିଲେ । ସଭା ଆରମ୍ଭରେ ସହକାରୀ ବନସଂରକ୍ଷକ ବୌଦ୍ଧ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଜିଲ୍ଲାରେ ବନିକରଣ ପାଇଁ ବିଭିନ୍ନ ବିଭାଗରେ ଭଲ କାମ କରିଥିବା ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା , ଅଧିକାରୀ, କର୍ମଚାରୀ ସେମାନଙ୍କୂୁ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । କେନ୍ଦୁପତ୍ର ବିଭାଗର ଡିଏଫଓ ଅରବିନ୍ଦ ମହାନ୍ତୀ ଯୋଗଦେଇ ନିଜ ବକ୍ତବ୍ୟରେ ସମାଜିକ ବନିକରଣ ଉପରେ ଗୁରୁତ୍ୱ ଦେବା ସହିତ ଅଧିକ ସଂଖ୍ୟାରେ ଗଛ ଲଗାଇବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବୌଦ୍ଧ, କଂଟାମାଳ ଓ ମନମୁଣ୍ଡା କ୍ଷେତ୍ରାଳରେ ଅନ୍ତର୍ଭୁକ୍ତ ହୋଇଥିବା ଜଙ୍ଗଲ କୃଷି ଚାଷୀମାନଙ୍କ ଏକ ପ୍ରାମାଣିକ ଚଳଚ୍ଚିତ୍ର କାର୍ଯ୍ୟକ୍ରମ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ବନ ସୁରକ୍ଷାର ସମିତିର ସଭ୍ୟ ହରପ୍ରସାଦ ପଣ୍ଡା, ପାଣ୍ଡୁ ଭୋଈ, ସୌମ୍ୟରଂଜନ ପଟ୍ଟନାୟକ, କୃଷ୍ନଚନ୍ଦ୍ର ରଣା, ପିତାମ୍ବର ଭୋଇ , ପରକ୍ଷିତ ଭୋଇ, ନିହାର ରଂଜନ ବସ୍ତିଆ, ପ୍ରମୋଦ ମଲ୍ଲିକ, ଶ୍ରୀକାନ୍ତ ବେହରାଙ୍କୁ ସମୁଦାୟ ୨ ଲକ୍ଷ ୯୫ ହଜାର ୩୨୦ ଟଙ୍କା ଅର୍ଥ ରାଶି ବଣ୍ଟନ କରାଯାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପିପିପି ମୋଡରେ ବକେୟା ଅର୍ଥ ରାଶି ସମୁଦାୟ ୨୦ ଲକ୍ଷ ୯୨ ହଜାର ୬୪ ଟଙ୍କା ପ୍ରଦାନ କରିବାର ଅଛି । ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ସ୍ୱାଧିନ କୁମାର ସାମଲ , ଗୋବର୍ଦ୍ଧନ ମେହେର ଓ ଫରେଷ୍ଟଗାଡ ରମାକାନ୍ତ ପାଣିଗ୍ରାହୀ , ବେବି ମିଶ୍ର , ରଞିତ କୁମାର ପ୍ରଧାନ , ଜୁନିୟର କ୍ଳର୍କ ରାକେଶ କୁମାର ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ପ୍ରଦିପ କୁମାର ମହାକୁଳଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିବଦତ୍ତ ଅଗସ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − nine =