ଗଜପତିରେ ୬୩ ତମ ଶହିଦ ଦିବସ ପାଳିତ

0 93

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗ ଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସୁରକ୍ଷା, ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଜନ ସେବା କ୍ଷେତ୍ରରେ ଗଜପତି ଜିଲ୍ଲା ପୋଲିସ ଦକ୍ଷତାର ସହ କାର୍ଯ୍ୟ କରି ଆସୁଅଛି । କୋଭିଡ ସମୟରେ ଜନ ସାଧାରଣଙ୍କୁ ସଚେତନତା କରିବା ସହିତ ନିୟମ ଅନୁପାଳନ କ୍ଷେତ୍ରରେ ଜିଲ୍ଲା ପୋଲିସର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ । ପରେ ଶହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ପୋଲିସ ରିଜର୍ଭ ଆର ଆଇ ଡମ୍ଭୁରୁ ଧର ହାନାଙ୍ଗାଙ୍କ ନେତୃତ୍ୱରେ ପୋଲିସ ପ୍ୟାରେଡ଼ ଦଳ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମାଣ୍ଡେଟ ଜୁରିଆ ବେହେରା, ଅତିରିକ୍ତ ଏସପି ବାମ ଦେବ ସିଂ, ସରଜେଣ୍ଟ ଏମ୍‌ ଲକ୍ଷ୍ମୀ ରଞ୍ଜନ, ଡି. ଏସ ପି ଆର କେ ଦାସ, ଡିଏସପି ଆଚାର୍ଯ୍ୟ,ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ହୋମ ଗାର୍ଡ ଆରଆଇପିକେ ଜେନାଙ୍କ ସମେତ ବହୁ ପୋଲିସ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × 4 =