ବୌଦ୍ଧ: ଆତ୍ମନିର୍ଭର କୃଷକ ଅଭିଯାନ ଉଦଯାପିତ

0 108

ବୌଦ୍ଧ,୨୨/୧୦ :ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆତ୍ମନିର୍ଭର କୃଷକ ଅଭିଯାନ ଗତ ୨୧ତାରିଖରେ ଜଗତି ଗ୍ରାମରେ ଉଦଯାପିତ ହୋଇଯାଇଛି । କେନ୍ଦ୍ର ସଂଚଳିକା ବି.କେ ମାମିନା ଭଉଣୀ ଅଭିଯାନର ସଫଳତା ପାଇଁ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଦ୍ୟାକୁ ଅଭ୍ୟାସ କରି ଜୀବନ ପରିବର୍ତ୍ତନ ପାଇଁ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀଙ୍କୁ ଜଣାଇଥିଲେ । ମୁଖ୍ୟଅତିଥି ଭାବେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଯୋଗଦାନ କରି ସରକାରଙ୍କ ସମସ୍ତ ଯୋଜନାରେ କିପରି ଚାଷୀ ଭାଇମାନେ ଲାଭ ଉଠାଇ ନିଜ ଜୀବନ ଜୀବିକା ଲଗାଇପାରିବେ ସେ ବିଷୟରେ ପ୍ରେରଣାଦାୟୀ ମନ୍ତବ୍ୟ ଦେଇଥିଲେ । ସଭାକାର୍ଯ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଭାରତୀ ପୁରୋହିତ ଯୋଗଦେଇ ନିଜ ପଂଚାୟତରେ ଚାଷୀଭାଇ ମାନେ କିପରି ରାସାୟନିକ ସାର ଓ ଔଷଧ ବ୍ୟବହାରକୁ ବଦଳାଇ ଜୈବିକ ଖତ ବ୍ୟବହାର କରି ପରିବାରକୁ ଶାନ୍ତିରେ ଚଳାଇପାରିବେ ସେ ଉପରେ ମତ ଦେଇଥିଲେ । ରାଜ୍ୟ କୃଷକ ସମ୍ପାଦକ ଭୋଳଗିରି ସାହୁ ନିଜ ବକ୍ତବ୍ୟରେ ଚାଷୀ ଭାଇଙ୍କ ଜଗିବାର ସମୟ ଆସିଛି, ନିଜ ମାନସିକତାରେ ପରିବର୍ତନ ନିତାନ୍ତ ଦରକାର ନିଜକୁ ରୋଗମୁକ୍ତ କରିବା ଓ ଆର୍ଥିକ ପରିବର୍ତ୍ତନ ପାଇଁ ଜୈବିକ ଖତ ଓ ଦେଶୀ ପକ୍ରିୟାରେ ଔଷଧ ତିଆରି ଚାଷ କାମରେ କିପରି ବ୍ୟବହାର କରାଯାଇ ପାରିବ ସେ ଉପରେ ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ବି.କେ ରବି ଭାଇ ନିଜ ଜୀବନକୁ ରୋଗ ଓ ଆର୍ଥିକ ଦୁର୍ବଳତାରୁ ମୁକ୍ତ ହେବାପାଇଁ ନିଶାଦ୍ରବ୍ୟ ସେବନରୁ ବିରତ ହେବାପାଇଁ ସନ୍ଦେଶ ପ୍ରଦାନ କରିଥିଲେ । ବି.କେ ସ୍ନେହଲତା ପୁରୋହିତ, ପ୍ରମୋଦ ଭାଇ, ଦ୍ୱିତିକୃଷ୍ଣ ଭାଇ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ବି.କେ ସରୋଜ ଭାଇ ସଭାକାର୍ଯ୍ୟ ପରିଚାଳନା କରି ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବାସହିତ ଅଭିଯାନ କିପରି ବୌଦ୍ଧ ଓ ହରଭଙ୍ଗା ବ୍ଲକର ୭୦ଗ୍ରାମକୁ ଯାଇ ଚାଷୀଭାଇ ଜୈବିକ ଓ ଯୌଗିକ ଚାଷ ବିଷୟରେ ବୁଝାଇବା ସହିତ ମନର ବିଚାରକୁ ସଶକ୍ତ କରିବା ପାଇଁ ସଂସ୍ଥାର ଶିକ୍ଷା ଓ ରାଜଯୋଗ ବିଷୟରେ ବିଶେଷ ଭାବରେ ସନ୍ଦେଶ ଦିଆଯାଉଥିଲା ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଚାଷୀନେତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =