ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର, ୫ ମୃତ

0 102

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ହାଣ୍ଡିଆ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ ରାସ୍ତା ପାଶ୍ୱର୍ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଏକ କାର ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଜଣେ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣା ସକାଳ ପ୍ରାୟ ୬.୧୫ ସମୟରେ ଘଟିଥିଲା ।
ସୂଚନା ଅନୁଯାୟୀ, ହାଣ୍ଡିଆ ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି । ଯେଉଁଠାରେ ଏକ କାର ଇଲେକ୍ଟ୍ରିକ୍‌ ପୋଲ ସହିତ ଧକ୍କା ହୋଇଥିଲା । ଏହି କାର କାନପୁର ପାର୍ଶ୍ୱରୁ ଆସୁଥିଲା ଏବଂ ବାରାଣାସୀ ଆଡକୁ ଯାଉଥିଲା ।ପୋଲିସ ସମସ୍ତ ଆହତଙ୍କୁ ଡାକ୍ତରଖାନା ନେଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

hiranchal ad1
Leave A Reply

Your email address will not be published.

15 − seven =