ବ୍ୟାପିଛି କିଡନୀ ରୋଗ, ରାଣୀପଥର ଗ୍ରାମରେ ପହଞ୍ଚିଲେ ଡାକ୍ତରୀ ଦଳ

0 72

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ଶେଷ ସୀମା ଫୁଲବାଣୀଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ ସୀମାନ୍ତରେ ଥିବା ରାଣୀପଥର ଗ୍ରାମରେ ବହୁଦିନ ହେଲା କିଡନୀ ରୋଗ ବ୍ୟାପି ଅନେକ ଲୋକ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୮ଜଣ ପୀଡ଼ିତ ହୋଇ ଚିକିତ୍ସାଧିନ ଅଛନ୍ତି । ଏତେ ପରେ ମଧ୍ୟ ପ୍ରଶାସନ ପାଖରେ ଖବର ନଥିଲା ଓ ସେଭଳି ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଅଜ୍ଞାତ ରହିଥିଲା । ଅଞ୍ଚଳର ସମାଜସେବୀ ସମିତିସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧି ବୈଦ୍ୟନାଥ ବେହେରା ଏହି ଦୁଃଖଦ ଖବରକୁ ପ୍ରକାଶ କଲାପରେ ପରଦିନ କିଛି ଗଣମାଧ୍ୟମ ପ୍ରତିନିଧି ଖବରକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କଲା ପରେଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ରୋଗ ନିୟନ୍ତ୍ରକ ଜନ ସ୍ୱାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ପାତ୍ର ଓ ସଂକ୍ରାମକ ରୋଗ ବିଜ୍ଞାନୀ ବ୍ରଜ କିଶୋର ଜେନାଙ୍କ ନେତୃତ୍ୱରେ ରାଣୀପଥର ଗ୍ରାମରେ ଫୁଲବାଣୀ ଓ ଖଜୁରୀପଡ଼ା ଡାକ୍ତରୀ ଦଳ ପହଞ୍ଚି କିଡନୀ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସମସ୍ତ ଚିକିତ୍ସାଧିନ କାଗଜପତ୍ରକୁ ତନଖିବା ସହିତ ରକ୍ତ ନମୁନା ସଂଗ୍ରହ କରିଥିଲେ । ସେଭଳି ବିଭିନ୍ନ ନୀତି ନିୟମ ଅନୁସାରେ ଚଳିବାକୁ ପରାମର୍ଶ ଦେଇଥିଲେ । ଏହି ଡ଼ାକ୍ତରୀ ଦଳ ମଧ୍ୟରେ ଡାକ୍ତର ଚିତ୍ତରଞ୍ଜନ ପ୍ରଧାନ, ଫାର୍ମାସିଷ୍ଟ କୈଳାଶ ଚନ୍ଦ୍ର ନଏକ, ବହୁମୁଖୀ ସ୍ୱାସ୍ଥ୍ୟ ସୁପର ଭାଇଜର ପରମାନନ୍ଦ ଯାନୀ, ସମାଜସେବୀ ତଥା ପଞ୍ଚାୟତ ସମିତିସଭ୍ୟ ବୈଦ୍ୟନାଥ ବେହେରା, ଲାବ୍ରୋଟାରୀ ଆସିଷ୍ଟାଣ୍ଡ ସୌରଭ ସୁନ୍ଦର ରଥ, ଲାବ୍ରୋଟାରୀ ଟେକ୍ନିସିୟନ ବର୍ଷା ପଟ୍ଟନାୟକ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶରତ କୁମାର ତ୍ରିପାଠୀ,ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୂପମା ସ୍ୱାଇଁ, ଅଙ୍ଗୱାଡ଼ି କର୍ମୀ ରେବତୀ ବେହେରା, ଆଶା କର୍ମୀ ସୁଷମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 2 =