ଖପ୍ରାଖୋଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

0 73

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ୧୪ଟି କ୍ଲଷ୍ଟରକୁ ନେଇ ଖପ୍ରାଖୋଲ ସରକାରୀ ହାଇସ୍କୁଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଦେବରାଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ମିନୀକେତନ ବରିହା, ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଖିରଦିନୀ ଭୋଇ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେଣ୍ଡ୍ରିଆ, ମହରାପଦର ସରପଞ୍ଚ ସୁମତି ପଧାନ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶୀଲ ପୋଢ଼ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷୟିତ୍ରୀ ସବିତା ମହରା ଓ ଦେବରାଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୪ଟି କ୍ଲଷ୍ଟର ଯଥା ବାଗମୁଣ୍ଡ, ଲୁହାସିଂଙ୍ଗା, ଦମାଈପାଲି, ଭାନପୁର, ଓଡ଼ିଆପାଳି, ପଡିଆବାହାଲ, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ରେଙ୍ଗାଲି, ତେଲେନପାଳି, ଟଙ୍କପାଣି, ଲାଠୋର, ଜାମଚୁଆଁ ଓ ଫୁଲକିମୁଣ୍ଡା କ୍ଲଷ୍ଟରରୁ ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ସାଧାରଣଜ୍ଞାନ, ବକ୍ତୃତା, ସଂଗୀତ, ସୃଜନାତ୍ମକ ଲିଖନ, ଅଭିନୟ, ନୃତ୍ୟ, ଚାରୁକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବେ ଗୋପୀନାଥ ସାହୁ , ବନମାଳି ସାହୁ , କୁଞ୍ଜବିହାରୀ ସରାଫ, ଧରମ ସିଂ ଧରୁଆ, ପାଞ୍ଚନନ କରନ, ହେମନ୍ତ ଭୋଇ, ଆକାଶ ମଣ୍ଡଳ, ଶଶୀକାନ୍ତ ବିଶି, ତୀର୍ଥ ଧରୁଆ, ଦେବରାଜ ପାଣିଗ୍ରାହୀ, ସବିତା ମହରା, ନମିତା ମଣ୍ଡଳ, ମନୋରମା ନାଏକ, ମିଠାଲାଲ ସୁନା, ଗୋକୁଳ ମେହେର, ଟିକେଲାଲ ମହାନନ୍ଦ, ଓ ସମସ୍ତ ଅଫିସ କର୍ମଚାରୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତଥା ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଚେୟାରମ୍ୟାନ ନିରୁପମା ପଟେଲ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଅଧ୍ୟକ୍ଷତା , ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମିନିକେତନ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ବହୁ ଉପାଦେୟତା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ସେମାନଙ୍କ ମାନସିକ ଶକ୍ତି ଦୃଢ ହୋଇଥାଏ । ସୂଚନା ଯୋଗ୍ୟ ଯେ, ଏହି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + 17 =