ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ସହ ୨ ଲକ୍ଷ ଟଙ୍କା ଜୋରିମାନା

0 137

ଫୁଲବାଣୀ,୨୯/୧୦:- ଫୁଲବାଣୀ ଫାଷ୍ଟଟ୍ରାକ ପସ୍କୋକୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରକରି ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦୁଇବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋସ୍କୋକୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ । ସୁଚନା ଅନୁସାରେ ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକାକୁ ତା ୨୨.୦୯.୨୦୧୮ରିଖ ଦିନ ୨ଟା ବେଳେ ପଡ଼ିଆକୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ଚାପି ଧରି ଅପହରଣ କରି ହାତକଟାଜମି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଚିତ୍କାର କରିବାରୁ ତା ବେକକୁ ଚାପି ମାରି ଦେଇଥିଲା । ପ୍ରକାଶ ଥାଉକି ନାବାଳିକା ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାରଲୋକ ଏବଂ ଗ୍ରାମର ଲୋକମାନେ ମିଶି ସାହି ପଡିଶା ଏବଂ ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନପାଇବାରୁ ନାବାଳିକାର ପିତା କୋଟଗଡ଼ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲା ଏବଂ ଥାନାଧିକାରୀ କୋଟଗଡ଼ ଥାନା କେଶ୍‌ ନମ୍ବର ୪୩/୨୨.୦୯.୨୦୧୮ରେ ପଞ୍ଜିକରଣ କରି ଅନୁସନ୍ଧାନ କରୁଥିଲେ । ନାବାଳିକାର ପିତା ଓ ଗ୍ରାମବାସୀମାନେ ଖୋଜିଖୋଜି ହାତକଟାଜମି ନିକଟସ୍ଥ ଭାଲିଆତୋଟାରେ ପହଞ୍ଚି ଦେଖିଲେ ଯେ ଅଭିଯୁକ୍ତ କାଦୁଅ ପାଣି ଲାଗି ଥାଇ ଭାଲିଆତୋଟା ଆଡୁ ଆସୁଥିଲା ଆଉ ପଚାରିବାରୁ ଟ୍ରାକ୍ଟର ଖରାପ ହେବାରୁ ମୁଁ ସେପଟୁ ଆସୁଅଛି କହି ତରତର ହୋଇ ପଳେଇଗଲା । ତାପରେ ପିତା ଓ ଗ୍ରାମବାସୀ ମାନେ ଅଭିଯୁକ୍ତ ଆସୁଥିବା ରାସ୍ତା ଦେଇ ଆଗକୁ ଯାଇ ଖୋଜିବାରୁ ନାବାଳିକାର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ଦେଖି ଥାନାକୁ ଖବର ଦେବାରୁ ପୋଲିସ ଟିମ୍‌ ଆସିଲେ ଏବଂ ସନ୍ଧ୍ୟା ହୋଇଥିବାରୁ ଗ୍ରାମବାସୀଙ୍କ ସହ ମୃତ ଦେହକୁ ସକାଳ ଯାଏଁ ଜଗି ରହିଲେ । ସକାଳେ ସାଇଣ୍ଟିଫିକ୍‌ ଟିମ୍‌, ମାଜିଷ୍ଟ୍ରେଟ, ପୋଲିସ କୁକୁର ସମସ୍ତ ଅନୁସନ୍ଧାନ ସାରି, ଥାନାଧିକାରୀ ଅଭିଯୁକ୍ତକୁ ଗିରଫକରି ଅଦାଲତରେ ହାଜର କରାଇଥିଲେ । ଆଜି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − 6 =