ସମ୍ବଲପୁରକୁ ପରୀକ୍ଷାଗାର ରୂପେ ବ୍ୟବହାରର ବିରୋଧ କରୁଛି ଜିଲ୍ଲା ଓକିଲ ସଂଘ

0 79

ସମ୍ବଲପୁର: ସମ୍ବଲପୁରର ଘରେ ଘରେ ବଳପୂର୍ବକ ବିଜୁଳି ବିଭାଗ ପକ୍ଷରୁ ପ୍ରିପେଡ ମିଟର ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ମାର୍ଟ ପାଣି ମିଟର ଲଗାଯିବା ଉପରେ ତୀବ୍ର ପ୍ରତିକ୍ରିୟା ଜଣାଇଛି ଜିଲ୍ଲା ଓକିଲ ସଂଘ । ରାଜ୍ୟରେ ଅନ୍ୟତ୍ର କେଉଁଠାରେ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇନଥିବା ସତ୍ତେ୍ୱ ସମ୍ବଲପୁରରେ ଏହା ବଳପୂର୍ବକ ଲଦି ଦିଆଯିବାର ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ନଗରର ପ୍ରତ୍ୟେକ ଜନସାଧାରଣଙ୍କୁ ଏବିଷୟରେ ସାମିଲ କରାଯାଉଛି । ଏହାକୁ ଜନସ୍ୱାର୍ଥ ବିରୋଧୀ ପଦକ୍ଷେପ ଦର୍ଶାଇ ଏଥିପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନଗରର ପ୍ରତ୍ୟେକ କୋଣ ଅନୁକୋଣରେ ଏବିଷୟରେ ଘମାଘୋଟ ପ୍ରଚାର କରାଯାଉଛି । ଏହା ସହିତ ଏଠାରେ ଓଡ଼ିଆ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଗାମୀ ୨ ନଭେମ୍ବର ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଏବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ପାଇଁ ମଧ୍ୟ ଏହି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି ।

hiranchal ad1
Leave A Reply

Your email address will not be published.

one + 10 =