ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା

0 65

ପୁରୀ : ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା । ରାଜ୍ୟ ଶାକଦ୍ୱିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଦିଆଯାଇଛି ଏତଲା । ହେତୁବାଦି ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରତାପ ରଥ, ଦେବେନ୍ଦ୍ର ସୂତରା ଏବଂ ଅନ୍ୟ ସଦସ୍ୟମାନେ ସୂର୍ଯ୍ୟପରାଗ ଦିନ ଚିକେନ୍‌ ବିରିୟାନୀ ଖାଇବା ଓ ବାଣ୍ଟିବା ସହ ହିନ୍ଦୁ ଧର୍ମ, ସଂସ୍କୃତି, ପରମ୍ପରା ତଥା ଜ୍ୟୋତିଷ ଶାସ୍ତ୍ର ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ହେତୁବାଦି ସମାଜର ଏଭଳି ମନ୍ତବ୍ୟ କୋଟି କୋଟି ହିନ୍ଦୁ ମାନଙ୍କର ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ତେଣୁ ଜିଲ୍ଲା ଦୈବଜ୍ଞ ବ୍ରାହ୍ମଣ ସଂଘ ପୁରୀ ତରଫରୁ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ତୁରନ୍ତ ହେତୁବାଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ସେହିପରି ଚନ୍ଦ୍ରଗ୍ରହଣ ଦିନ ମଧ୍ୟ ହେତୁବାଦି ସଙ୍ଗଠନ ଚିକେନ ବିରିୟାନୀ ଖାଇବେ ଏବଂ ବାଣ୍ଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଥିବା ବେଳେ ଏଥିରୁ ନିବୃତ ରହିବା ପାଇଁ ଦୈବଜ୍ଞ ବ୍ରାହ୍ମଣ ସଂଘ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

20 − ten =