ଶ୍ରମିକ ମାନ୍ୟତା ଦାବି, ଆନ୍ଦୋଳନ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସ୍ତୁତି ସମାବେଶ

0 239

ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ଶ୍ରମିକ ମାନ୍ୟତା ସହିତ ଦଶ ହଜାର ଟଙ୍କା ପେନସନ ଓ ସାମାଜିକ ନିରାପତ୍ତା ଯୋଗାଇଦେବା, ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ୨୬ ହଜାର ଦରମା, ସମାନ କାମକୁ ସମାନ ଦରମା, ମିନୀ କର୍ମୀଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା, କର୍ମୀଙ୍କୁ ଶହେରୁ ଶହେ ପଦୋନ୍ନତୀ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀମାନଙ୍କ ସକାଶେ ସ୍ୱତନ୍ତ୍ର ଭତ୍ତା ଓ ଗାଁ କଲ୍ୟାଣ ସମିତିରୁ ବାଦ ଦେବା ଦାବି କରାଯାଉଛି । ଏହିସବୁ ଦାବିପୂରଣ ସକାଶେ ବ୍ୟାପକ ଆନ୍ଦୋଳନ କରିବାକୁ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ସମ୍ବଲପୁର ସାକ୍ଷୀ ପଡ଼ା ଠାରେ ଅନୁଷ୍ଠିତ ପଶ୍ଚିମ ଓଡିଶା ସ୍ତରୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ସମାବେଶରେ ନିଷ୍ପତ୍ତି ହୋଇଛି । ଦୁଶିଲା ଧୁରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆବାହକ ପ୍ରଶାନ୍ତ ପାଢ଼ୀ କହିଛନ୍ତି ଯେ କର୍ମୀଙ୍କୁ ସମସ୍ତ ପ୍ରକାର କାମ ଲଦି ଦିଆଯାଉଛି, ହେଲେ ଆଜି ଯାଏଁ ସରକାରୀ କିମ୍ବା ଶ୍ରମିକର ମାନ୍ୟତା ମିଳିନାହିଁ । ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢ଼ୀ ଜେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନା ବିଷୟରେ କହିଥିଲେ । ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ଆସିଥିବା କାର୍ମୀମାନେ ନିଜେ ଅଙ୍ଗେ ନିଭାଉଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶାରେ ୪ ଗୋଟି ସଂଘର ମିଳିତ ସଂଗ୍ରାମରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ସାମିଲ ହେବ । ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମରୁ କର୍ମୀ ନିଜକୁ ଦୂରେଇ ରଖିବାକୁ ସମାବେଶରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରଶାନ୍ତ ପାଢ଼ୀ, ପ୍ରଭାସିନୀ ପାଢ଼ୀ, ଦୁସିଲା ଧୁରୁଆ, ସୈରେନ୍ଦ୍ରି ନାୟକ, ସୁରେଖା ସାହୁ, ଫୋନୀ ରାଉଳ, କନକ ପ୍ରଧାନ, ଯୋଷବନ୍ତୀ ବେହେରା, ଶାନ୍ତି ନାୟକ, ଅଞ୍ଜଳି ଶର୍ମା, ଶୈରେନ୍ଦ୍ରୀ ମହାନନ୍ଦ, ପୁଷ୍ପାଞ୍ଜଳି କିଶାନ, ପୁଶପଲତା ଧନୁର୍ଜ୍‌, ନିନା ବିଂଝାଲ, ମମତା ପଧାନ, ତୁଳସୀ ଭୋଇ, ନିରଶି ବାରିକ୍‌, ସୁକାନ୍ତି ସୁନା, ଯାଜ୍ଞସେନି ପଧାନ, ଚୁଲେଶ୍ୱରି କୁମୁରା, ରଞ୍ଜିତା କେରକେଟା, ମମତା ପ୍ରଧାନ ଓ ଜ୍ୟୋତି ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − seven =