ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

0 100

ହରଭଙ୍ଗା : ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀରେ ୩୦୪ ଟି ଅଭିଯୋଗରୁ ୧୭୯ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ପରେ ପରେ ଜ଼ିଲ୍ଲାପାଳ ସରକାରୀ ଜି. ପି. ହାଇସ୍କୁଲ, କୁସଙ୍ଗ ପରିଦର୍ଶନ କରିଥିଲେ । ସେଠାରେ ସାନିଟେସନ, ପରିଶ୍ରାଗାରର ସଫା ସୁତରା ଉପରେ ଧ୍ୟାନ ଦେବା, ସୁନ୍ଦର ବୋର୍ଡ, ସୁନ୍ଦର ଉଦ୍ୟାନ, ବିଦ୍ୟାଳୟ ହତା ଭିତର ସଫାସୁତରା ରଖିବା, ଅଦରକାରୀ ଛୋଟ ବୁଦା ଗୁଡିକ ସଫା କରି ସେଠାରେ ସାଇକେଲ ଷ୍ଟାଣ୍ଡ ପାଇଁ ପ୍ରସ୍ତାବ ସହ, ବଡ କାଠ ଗଣ୍ଡି ଗୁଡିକ ବିଦ୍ୟାଳୟ ପରିସରରୁ ବାହାର କରିବା, ବିଦ୍ୟାଳୟ ପାଚେରୀର ଆବଶ୍ୟକୀୟ ମରାମତି ସହ ରଙ୍ଗ କରିବା, ସୁନ୍ଦର ଉଦ୍ୟାନ, ନିୟୁଜ କର୍ଣ୍ଣର, ଲାଇବ୍ରେରୀ ଠିକ ଭାବେ କରିବା ପାଇଁ ଶିକ୍ଷକ ମାନଙ୍କୁ ଦାୟିତ୍ୱ ବଣ୍ଟନ କରି ୮ ଦିନ ଭିତରେ ପୁଣି ଥରେ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଥିଲେ । ପରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ବୁଲି ଦେଖିଥିଲେ ।

hiring

ପରେ ପରେ ଅନୁସୂଚିତ ଜନଜାତି ବାଳକ ଛାତ୍ରାବାସ ପରିଦର୍ଶନ କରିବା ସହ ଅପରିଷ୍କାର ପରିଶ୍ରାଗାରକୁ ଭଲ ଭାବେ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରାବାସରେ ଛାତ୍ର ମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ସହ ସମସ୍ତେ ମଶାରୀ ବ୍ୟବହାର କରିବାକୁ କହିଥିଲେ । ୫ଟି ରୂପାନ୍ତିକରଣ ସତ୍ତେ୍ୱ କୌଣସି କାମ ଫିନିସିଙ୍ଗ ହୋଇନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଅତିଶୀଘ୍ର ସମସ୍ତ କାମ ଫିନିସିଙ୍ଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ନାରାୟଣ ଉଚ୍ଚ ବିଦ୍ୟାଳୟ, ଛତରଙ୍ଗକୁ ଯାଇ ସୁନ୍ଦର ଉଦ୍ୟାନ, ଖେଳ ପଡିଆ, ଆଉ ଏକ ବୋରୱେଲ ଖନନ ଏବଂ ଅନ୍ୟାନ୍ୟ କାମ ପାଇଁ ୫ଦିନ ମଧ୍ୟରେ ଏଷ୍ଟିମେଟ ଦେବା ପାଇଁ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଜ଼ିଲ୍ଲାପାଳ ଯାଯାବରଠାରେ ନନ୍ଦନବନ ପ୍ରୋଜେକ୍ଟର ସମୀକ୍ଷା କରିଥିଲେ । ଏହି ପରିଦର୍ଶନ ସମୟରେ ଜ଼ିଲ୍ଲାପାଳଙ୍କ ସହ ବି.ଡି.ଓ ହରଭଙ୍ଗା ରବୀନ୍ଦ୍ର ନାଥ କଅଁର, ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven + one =