ଅର୍ବାନ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଦାବି

0 234

ପୁରୀ : ପୁରୀ ଅର୍ବାନ୍‌ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ୯ଦଫା ଦାବି ନେଇ ନିର୍ଦ୍ଦେଶକ ସର୍ବଶପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍‌ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ବୃନ୍ଦାବନ ବେହେରା, ଅନିଲ କୁମାର ସାହୁ ଓ ଉପ ସଭାନେତ୍ରୀ ମମତାରାଣୀ ସାହୁ ପୁରୀ ଜିଲ୍ଲା ସମବାୟ ସମିତି ସମୁହ ଉପ ନିବନ୍ଧକଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ନିର୍ଦ୍ଦେଶକମାନେ ଦାବି କରିଛନ୍ତି ୧୫ଦିନ ମଧ୍ୟରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ଅଗଣତାନ୍ତ୍ରିକ ପଦେକ୍ଷପ ନେବାକୁ ବାଧ୍ୟ ହେବେ । ବ୍ୟାଙ୍କ ରିଜୋଲେସନ ଖାତାରେ ବେଆଇନ ଭାବେ ଆଗୁଆ ଦସ୍ତଖତ ନେଇ ଦୃଢୀକରଣ କରାଇବା ପ୍ରକ୍ରିୟାକୁ ବିରୋଧ, ଚକାଡୋଳା ଡେଲି ଡିପୋଜିଟ ସ୍କିମରେ ବ୍ୟାପକ ଅର୍ଥ ଆତ୍ମସାତ୍‌ ର ତଦନ୍ତ, ସମ୍ପାଦକଙ୍କ ବେଆଇନ୍‌ ନିଯୁକ୍ତିକୁ ବିରୋଧ, ବ୍ୟାଙ୍କର ଜମାରାଶିକୁ ଘରୋଇକରଣ ବ୍ୟାଙ୍କରେ ନ ରଖି ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ଦାବି କରିଛନ୍ତି ନିର୍ଦ୍ଦେଶକଗଣ ।

hiranchal ad1
Leave A Reply

Your email address will not be published.

14 + 1 =