ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

0 43

ପୁରୀ : ଆସନ୍ତାକାଲି ଅଁଳା ନବମୀ । ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି । ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନାହିଁ । ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ଭକ୍ତମାନେ ଲାଇନରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ । ସିଂହ ଦ୍ୱାରା ଦେଇ ଭକ୍ତମାନେ ପ୍ରବେଶ କରି ଠାକରଙ୍କୁ ଦର୍ଶନ କରିବେ । ଉତ୍ତରଦ୍ୱାରରେ ସେମାନେ ପ୍ରସ୍ଥାନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ସତ୍ୟବାଦୀ ବିଡିଓ ଲୋଚନ ଦାସ କହିଛନ୍ତି, ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେଉଁଠି ଭକ୍ତମାନେ ଗାଡି ପାର୍କିଂ କରିବେ, କେଉଁଠି ପାଣିର ବ୍ୟବସ୍ଥା କରାଯିବ ଓ କେଉଁଠି ଷ୍ଟଲ୍‌ ପଡିବ, ସେନେଇ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ୧୦ଟି ଇଲେକ୍ଟ୍ରିଗାଡିର ବ୍ୟବସ୍ଥା କରାଯାଇଛି । ସେମାନେ ସେଥିରେ ବସି ଦର୍ଶନ କରିବେ । ସେବାୟତ କିଶୋର ଚନ୍ଦ୍ର ମହାପାତ୍ର କହିଛନ୍ତି, ରାତିର ଦ୍ୱାର ଫିଟା ଯାଇ ଦେବ ନୀତି କରାଯିବ । ଭୋର ସମୟରେ ସାହାଣ ମେଳା ଦର୍ଶନ ଆରମ୍ଭ ହେବ । ରାଧାଦାମୋଦର ଓ ନଟବର ବେଶରେ ମହାପ୍ରଭୁ ଦର୍ଶନ ଦେବେ । ମା’ ରାଧାରାଣୀ ମଧ୍ୟ ଓଡିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।

hiranchal ad1
Leave A Reply

Your email address will not be published.

three × two =