୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦ୍ଦାର ଅଟକ

0 192

ପାଟଣାଗଡ: ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକ ମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଏବେ ବେଳପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ନିକଟରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳ ମହୁଳପଡାର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୯ ପୁରୁଷ, ୧୨ ମହିଳା ଓ ୧୧ ଜଣ ଶିଶୁ ଥିବାର ଜଣାପଡିଛି । ଚାଲାଣ କରୁଥିବା ୨ ସର୍ଦ୍ଦାରଙ୍କୁ ବେଳପଡା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ଉଦ୍ଧାର ଶ୍ରମିକ ମାନେ କାମ ଧନ୍ଦା ନମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଳପଡା ପୁଲିସ ନିଜ ନିଜ ଗାଁକୁ ପଠାଇଦେଇଛି । ଅନ୍ୟପଟେ ଅଟକ ଥିବା ୨ ଜଣ ଦାଦନ ସର୍ଦ୍ଦାର ହେଲେ ଟିଟିଲାଗଡ ମହୁଳପଡାର ବାଳମୁକୁନ୍ଦ ମଲ୍ଲିକ ଓ ଚନ୍ଦ୍ରମଣି ଚିନ୍ଦା ଓ ୨ଟି ବଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି । ଏନେଇ ବେଳପଡା ଥାନା ଅଧିକାରୀ ବୁଲୁମୁଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି ।

hiranchal ad1
Leave A Reply

Your email address will not be published.

17 − 13 =