ଭୁବନେଶ୍ୱର:ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ଶ୍ରୀ ଦେବେଶ ଦାସ, ଅସିତ୍ କୁମାର ଦାସ, ଅଶୋକ କୁମାର ନାୟକ ଓ ଅମିତ୍ କୁମାର ଜେନାଙ୍କ ନେତୃତ୍ବରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏକ ତିନି ଦଫା ଦାବି ନେଇ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅନୁପସ୍ଥିତିରେ କୁଳସଚିବ ଡ଼ଃ ଅଭୟ କୁମାର ନାୟକଙ୍କୁ ଦେଖା କରି ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଦାବି ଗୁଡ଼ିକ ମଧ୍ୟରେ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଛାତ୍ରାବାସ ଓ ଛାତ୍ରୀ ନିବାସ ଗୁଡ଼ିକ ମରାମତି, ସମସ୍ତ୍ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ସିଟ୍ ପ୍ରଦାନ , ବିଶ୍ଵବିଦ୍ୟାଳୟକୁ ପ୍ରବେଶ ପଥ ସହିତ ମୁଖ୍ୟ ଫାଟକ ନିର୍ମାଣ ଓ କ୍ୟାମ୍ପସରେ ସାପ ଉପଦ୍ରବରୁ ରକ୍ଷାପାଇଁ ସଫେଇ କାର୍ଯ୍ୟକୁ ଅଗ୍ରାଧିକାର ଦେବା ପାଇଁ ଦାବୀ ଜଣେଇଥିଲେ। ଏଥିରେ ଅସହଯୋଗ କଲେ ଆଗମୀ ଦିନରେ ଅନଶନ ଜାରି ରହିବ ବୋଲି ଶ୍ରୀ ଦେବେଶ ଦାସ ଓ ଅମିତ୍ କୁମାର ଜେନା ଜଣେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଶୋକ ମଲ୍ଲିକ, ସ୍ବରୂପ ମଲ୍ଲିକ, ସମୀର ମଲ୍ଲିକ, ପ୍ରକାଶ ଦାସ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସବ୍ୟସାଚି,ସ୍ମୃତି,ପଦ୍ମ,ପ୍ରମୋଦ,ନିର୍ମାଲ୍ୟ,ପ୍ରକାଶ,ରାଜା,ସତ୍ୟମେବ,ଗୌରବ, ବବି, ଶ୍ରୀକାନ୍ତ, କାଳୁୁ, ଦୀପକ ରମାକାନ୍ତ, ଅନ୍ମୋଲ,ବେଦବ୍ୟାସ,ବିଭୂତି,ଶିବ, ଅର୍ଧେନ୍ଦୁ,ପ୍ରଭାତ, ବିଜୟ,ଅସିତ୍ ପ୍ରଧାନ,ମନୁଆ,ପିଣ୍ଟୁ, ସୌମ୍ୟ, ଅଭିଜିତ,ସରୋଜ, ବାଣୀବିହାର ର ଶତାଧିକ ଛାତ୍ର ସହଯୋଗ କରିଥିଲେ।